ସଲମାନ୍ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ

0

ମୁମ୍ବାଇ: ସଲମାନ ଖାନଙ୍କୁ ଏବେ ପୁଣି ହତ୍ୟା ଧମକ ମିଳିଛି। ଗତ ବର୍ଷ ଏପ୍ରିଲ ମାସରେ ଦୁଇ ଜଣ ବ୍ୟକ୍ତି ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ଏହାପରେ ସଲମାନଙ୍କ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତାଙ୍କ ଘରର ବାଲକୋନିରେ ବୁଲେଟ୍ ପ୍ରୁଫ୍ କାଚ ବି ଲାଗିଛି। ୱର୍ଲିରେ ଥିବା ମୁମ୍ବାଇ ପରିବହନ ବିଭାଗର ହ୍ଵାଟ୍ସଆପ୍ ନମ୍ବରକୁ ପଠାଯାଇଥିବା ଏକ ମେସେଜ୍ ଜରିଆରେ ଏହି ଧମକ ମିଳିଛି ବୋଲି ପୁଲିସ କହିଛି। ଏହି ଧମକପୂର୍ଣ୍ଣ ମେସେଜ୍‌ରେ ଅଭିନେତାଙ୍କୁ ତାଙ୍କ ଘରେ ପଶି ହତ୍ୟା କରାଯିବ ବୋଲି ଚେତାବନୀ ଦିଆଯିବା ସହ ତାଙ୍କ କାର୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଏହି ଘଟଣା ପରେ ଓର୍ଲି ଥାନାରେ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଛି।

Leave A Reply

Your email address will not be published.