ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର : ଅଗଷ୍ଟ ୪: କରୋନା ଯୋଗୁ ଯୁକ୍ତ ଦୁଇ ଖାତା ଦେଖା ବାଧାପ୍ରାପ୍ତ ହୋଇଥିଲା । ତେଣୁ ଏବର୍ଷ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହୋଇଛି । ତେବେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଅଗଷ୍ଟ ୩ୟ ସପ୍ତାହ ଓ କଳା ପରୀକ୍ଷାଫଳ ଶେଷ ସପ୍ତାହରେ ପ୍ରକାଶ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଏବେ ସୁଦ୍ଧା ଯୁକ୍ତ ଦୁଇ ଖାତା ଦେଖା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସିବିଏସଇ ଓ ଆଇସିଏସ୍‌ଇର ଯୁକ୍ତ ଦୁଇ ରେଜଲଫ ପ୍ରକାଶ ପାଇ ସାରିଥିବାରୁ ଓଡ଼ିଶା ସିଏଚ୍‌ସିଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ, ତାହାକୁ ନେଇ ଦ୍ୱନ୍ଦରେ ଛାତ୍ରଛାତ୍ରୀ । କାରଣ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହେଉଥିବାରୁ ସେମାନଙ୍କ ଭବିଷ୍ୟତ ପାଠପଢ଼ା ପ୍ରଭାବିତ ହେଉଛି । ରାଜ୍ୟରେ ଏଥର ବିଜ୍ଞାନ, ବାଣିଜ୍ୟ ଓ କଳାରେ ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ବିଜ୍ଞାନରେ ୯୦ ହାଜର ଛାତ୍ରଛାତ୍ରୀ , ବାଣିଜ୍ୟରେ ୩୨, ୦୦୦ ଛାତ୍ରଛାତ୍ରୀ, କଳାରେ ୨ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି ।

Comments are closed.