ଅନଲାଇନ ଗେମ ନେଲା ଡାକ୍ତରଙ୍କ ଜୀବନ

0

ଭୁବନେଶ୍ୱର : ଅନଲାଇନ ଖେଳ ହେଲା କାଳ । ଆତ୍ମହତ୍ୟା କଲେ ଯୁବ ଡାକ୍ତର । ମୃତ ଡାକ୍ତର ହେଲେ ଆକାଶ ଛାଟୋଇ । ତାଙ୍କ ଘର କୋଣାର୍କ ଏନଏସି-୧୧ନଂ ୱାର୍ଡ ନଳକଣ ଗାଁରେ । ସେ ଭୁବନେଶ୍ୱର ଶ୍ରୀ ହସ୍ପିଟାଲରେ ରେଡିଓଲୋଜିଷ୍ଟ ଭାବରେ କାର୍ଯ୍ୟରତ ଥିଲେ । ତେବେ ହୋଲି ଛୁଟିରେ ମାମୁଁ ଘର ପୁରୀର ପେଣ୍ଠକଟାକୁ ଯାଇଥିବାବେଳେ ସେଠାରେ ବେଡ଼ସିଟ ଲଗାଇ ଆତ୍ମହତ୍ୟା କରିଥିବା ସୁଚନା ମିଳିଛି । ବହୁ ସମୟ ଧରି କବାଟ ନଖୋଲିବାରୁ ପଡୋଶୀଙ୍କ ସାହାଯ୍ୟରେ କବାଟ ଭାଙ୍ଗିଥିଲେ ମାମୁଁ ତାପସ । ଏହାପରେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଆକାଶଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ଆକାଶଙ୍କ ବାପା ରାଜକିଶୋର ଛାଟୋଇ ପେଣ୍ଠକଟା ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ,ଆକାଶଙ୍କ ବାପା ରାଜକିଶୋର ରାମଚଣ୍ଡୀ ଛକରେ ଏକ ଚା’ ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ । ତାଙ୍କର ଏକମାତ୍ର ପୁଅ ଆକାଶକୁ ବୁର୍ଲା ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ାଇଥିଲେ । ଆକାଶ ସେଠାରୁ ଡାକ୍ତରୀ ପଢ଼ିବା ପରେ ଭୁବନେଶ୍ୱର ଶ୍ରୀ ହସ୍ପିଟାଲରେ ରେଡିଓଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.