ଅବକାରୀ ଓ ପୁଲିସର ମିଳିତ ଚଢାଉ; ୮ ଗିରଫ

ଭଞ୍ଜନଗର (ସମୟ ପ୍ରତିନିଧି) : ଜୁଲାଇ ୨୫: ଲଗାତର ୨ ଦିନ ଧରି ଭଞ୍ଜନଗର ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଭଞ୍ଜନଗର ଅଂଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରାଯାଇ ୧୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବାସହ ୩୬୪୦ ଲିଟର ଗୁଡ ମିଶ୍ରିତ ପୋଚ ନଷ୍ଟ କରାଯାଇଛି । କେତେକ ସ୍ଥାନରେ ଚାଲୁଥିବା ବେଆଇନ୍ ଦେଶି ମଦରନ୍ଧା କାରଖାନାକୁ ମଧ୍ୟ ଏମାନେ ଭାଙ୍ଗି ସଫା କରିଛନ୍ତି । ଭଞ୍ଜନଗର ଅବକାରୀ ଉପ ନିରୀକ୍ଷକ ରମ୍ଭା ବାଗଙ୍କ ସୂଚନା ଅନୁସାରେ, ଆସିକା ଅବକାରୀ ନିରୀକ୍ଷକ ଧୀରେନ୍ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ ଷ୍ଟାପ୍ ଓ ଭଞ୍ଜନଗର ଥାନା ପକ୍ଷରୁ ସବଇନିସପେକ୍ଟର ସମୀର କୁମାର ବେହେରା ଓ ଥାନା ଷ୍ଟାପ୍ ମିଳିତଭାବେ ଭଞ୍ଜନଗର ଅଂଚଳର କୁଲାଡ ହାଡିସାହି, ବାରୁଡା, ଗୁଡିପଲ୍ଲୀ, ନାହାତୁଠ ସାହି ଓ ବିଛୁଆତି ତଇଲା ଆଦି ଗ୍ରାମରେ ଚଢାଉ କରାଯାଇଥିଲା । ଏଥିରେ ସଂପୃକ୍ତି ଅଭିଯୋଗରେ ୮ଟି ମାମଲା ରୁଜୁ କରାଯିବାସହ ମୋଟ ୮ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଥିବା ଭଞ୍ଜନଗର ଅବକାରୀ ଉପ ନିରୀକ୍ଷକ ରମ୍ଭା ବାଗ୍ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଏଣିକି ନିୟମିତ ବ୍ୟବଧାନରେ ଏଭଳି ଚଢାଉ ଜାରୀ ରହିବବୋଲି ଆସିକା ଅବକାରୀ ନିରୀକ୍ଷକ ଧୀରେନ୍ କୁମାର ବେହେରା ସ୍ପଷ୍ଟ ସୂଚନା ଦେଇଛନ୍ତି ।

Comments are closed.