ଅଭିନେତା ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ପ୍ରଧାନ ମନ୍ତ୍ରୀ ଙ୍କ ପାଖକୁ ଚିଠି ଲେଖିଲେ

ମୁମ୍ବାଇ : ଅଗଷ୍ଟ ୦୧: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବା ବେଳେ, ପ୍ରମାଣ ସବୁକୁ ନଷ୍ଟ କରିବା ନେଇ ସମ୍ଭାବନା ଥିବାରୁ, ସୁଶାନ୍ତ ଙ୍କ ଭଉଣୀ ଶ୍ଵେତା ସିଂ କୀର୍ତ୍ତୀ ଶନିବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ତାଙ୍କ ଚିଠିରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ସୁଶାନ୍ତଙ୍କ ବଲିଉଡରେ ଗଡଫାଦର ନାହାନ୍ତି ଏବଂ ସେହିଭଳି ତାଙ୍କ ପରିବାର ରେ ମଧ୍ୟ ସେମିତି କେହି ନାହାନ୍ତି I
ଶ୍ୱେତା ତାଙ୍କ ଫେସବୁକ୍ ଆକାଉଣ୍ଟରେ ଏହି ଚିଠି ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି: “ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଏବଂ ମୁଁ ପୁରା ମାମଲାର ତ୍ୱରିତ ସ୍କାନ ପାଇଁ ଅନୁରୋଧ କରୁଛି। ଆମେ ଭାରତର ନ୍ୟାୟିକ ବ୍ୟବସ୍ଥାରେ ବିଶ୍ୱାସ କରୁ ଏବଂ ନ୍ୟାୟ ଆଶା କରୁଛୁ I ‘

ଚିଠିରେ ଲେଖା ଅଛି: “ପ୍ରିୟ ସାର୍, ମୋର ହୃଦୟ କହୁଛି ଯେ ଆପଣ ସତ୍ୟ ଏବଂ ସତ୍ୟତା ପାଇଁ ଦୃଢ ପରିକର । ଆମେ ଅତି ସରଳ ପରିବାରର ଅଟୁ। ବଲିଉଡରେ ଥିବାବେଳେ ମୋର ଭାଇଙ୍କର କୌଣସି God Father ନଥିଲେ କିମ୍ବା ବର୍ତ୍ତମାନ ଆମ ପାଖରେ କେହି ନାହାଁନ୍ତି। ମୋର ଅନୁରୋଧ ଆପଣ ତୁରନ୍ତ ଏହି ମାମଲାକୁ ନିଜେ ଦେଖିବେ ଏବଂ ନିଶ୍ଚିତ କରିବେ ଯେପରି ସ୍ୱଚ୍ଛ ଭାବରେ ଏହାର ପରିଚାଳନା କରାଯାଏ ଏବଂ କୌଣସି ତଥ୍ୟ ଓ ପ୍ରମାଣ କୁ ଯେପରି କଦର୍ଥ ବା ନଷ୍ଟ କରି ନ ଦିଆଯାଏ I ‘
ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ତାଙ୍କ ଫେସବୁକ ପୋଷ୍ଟର ଗୋଟିଏ ଦିନ ପରେ ଆସିଛି ଯେଉଁଠାରେ ସେ ତାଙ୍କ ଭାଇଙ୍କ ହାତରେ ଏକ ଧଳା ବୋର୍ଡରେ ଲେଖାଯାଇଥିବା ଯୋଜନାଗୁଡ଼ିକୁ ସେ ସେୟାର କରିଛନ୍ତି, ଯାହା ଜଣାପଡୁଛି ଯେ ଅଭିନେତା ଜୁନ୍ 29 ରୁ ଟ୍ରାନ୍ସେଣ୍ଡେଣ୍ଟାଲ୍ ମେଡ଼ିଟେସନ ଆରମ୍ଭ କରିବାକୁ ଯୋଜନା କରିଥିଲେ।
ଶୁକ୍ରବାର ସନ୍ଧ୍ୟାରେ ଫେସବୁକ୍ ପୋଷ୍ଟରେ ଶ୍ଵେତାଦର୍ଶାଯାଇଛି ଯେ’ ସୁଶାନ୍ତ ପ୍ରକୃତରେ ଜୀବନରେ ସବୁବେଳେ ଆଗରୁ ଯୋଜନା ସବୁ କରୁଥିଲେ। ଶ୍ଵେତା ଫେସବୁକ ରେ White Board ର ଫୋଟୋ ସେଆର କରିଛନ୍ତି I ଯେଉଁଥିରେ ସୁଶାନ୍ତଙ୍କ ନିଜେ ଲେଖିଛନ୍ତି ନିଜ ର ଦୈନନ୍ଦିନ କାର୍ଯ୍ୟ ତାଲିକା I
ଦୈନନ୍ଦିନ କାର୍ଯ୍ୟ ତାଲିକା ରେ ଉଲ୍ଲେଖ ଅଛି, ସେ ଜୁନ ୨୯ ତାରିଖରୁ ଟ୍ରାନ୍ସେଣ୍ଡେଣ୍ଟାଲ୍ ମେଡ଼ିଟେସନ କରିବା ସହ ଉଠିଲା ପରେ ନିଜ ବିଛଣା ସଜଡ଼ିବେ, ବହି ପଢିବେ, ଭଲ ବିଷୟବସ୍ତୁ ର ଚଳଚ୍ଚିତ୍ର / ସିରିଜ୍ ଦେଖିବେ, ଗିଟାର ଶିଖିବେ ଏବଂ ବ୍ୟାୟାମ କରିବେ I (IANS)

Comments are closed.