Edited by Papu Mohanty
ଭୁବନେଶ୍ୱର : May 20:ବାତ୍ୟା ଅମ୍ପନକୁ ନେଇ ବୁଧବାର ସମଗ୍ର ରାଜ୍ୟ ଆତଙ୍କୀତ ଅବସ୍ଥାରେ ଥିଲାବେଳେ ବଲାଙ୍ଗୀର ମୁରିବାହାଲରେ ଏକ ଅଘଟଣ ଘଟିଛି । ହଳଦୀ ପଞ୍ଚାୟତରେ ଥିବା ଡଙ୍ଗରପଡ଼ା ସାଗରରେ ମାଛ ମାରୁଥିବା ବେଳେ ପାଣିରେ ବୁଡ଼ି ତୁଳସୀ କଟା ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଲଖନା ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ବାସୀନ୍ଦା । ବୁଧବାର ସକାଳୁ ସେ ଡଙ୍ଗରପଡ଼ା ସାଗରକୁ ମାଛ ମାରିବାକୁ ଯାଇଥିଲେ । ମାଛ ମାରିଲା ବେଳେ କୌଣସି କାରଣବଶତଃ ସେ ଜାଲରେ ଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିବା କୁହାଯାଉଛି । ଘଟଣା ସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।
Comments are closed.