ଅର୍ଚ୍ଚନା ନାଗ ମାମଲା, ଇଡ଼ିରେ ହାଜର ହେଲେ କାର ସୋ’ରୁମ ମାଲିକ

ଭୁବନେଶ୍ୱର : ଅର୍ଚ୍ଚନା ନାଗ ମାମଲାରେ ଇଡ଼ିରେ ହାଜର ହେଲେ କାର ସୋ’ରୁମ ମାଲିକ I ଗୁରୁବାର ଦିନ ଇଡିରେ ହାଜର ହେବା ପାଇଁ ନୋଟିସ୍‌ ହୋଇଥିଲା । ଅର୍ଚ୍ଚନାଙ୍କ ସହ ଆର୍ଥିକ କାରବାରକୁ ନେଇ ପଚରାଉଚରା ଚାଲିଥିବା ସୂଚନା । ଅର୍ଚ୍ଚନାଙ୍କ ସହ ଲକ୍ଷ ଲକ୍ଷ ଟଙ୍କା କାରବାର ନେଇ ଇଡିକୁ ମିଳିଛି ତଥ୍ୟ ।

ସୂଚନାନୁଯାୟୀ ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍‌ଫେର୍‌ ମାମଲାର ଖୋଲତାଡ଼ କରୁଛି ଇଡି । ଏହିକ୍ରମରେ ଅନେକ ଲୋକଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା I ସେହି ଅନୁସାରେ ଗୁରୁବାର ଦିନ କଟକ ପ୍ରତାପନଗରୀଠାରେ ଥିବା ଦାମୀ କାର୍ ସୋରୁମର ମାଲିକ ଇଡି ଅଫିସରେ ହାଜର ହୋଇଛନ୍ତି । ସେ ହେଉଛନ୍ତି ଢେଙ୍କାନାଳର ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ । ଗଙ୍ଗାଧର ସାମଲ ହେଉଛନ୍ତି ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତାଙ୍କର କାର୍ ସୋ ରୁମ୍ ଅଛି । ଅର୍ଚ୍ଚନା ନାଗ ସହିତ ତାଙ୍କର ୩୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି । କେଉଁ ବାବଦରେ ଏତେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି, ତାକୁ ନେଇ ଉଠିଛି ପ୍ରଶ୍ନ । ଏ ସଂପର୍କରେ ଇଡି ଗଙ୍ଗାଧରଙ୍କୁ ପଚରା ଉଚରା କରିବ ।
ଏହା ପୂର୍ବରୁ ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ ହାଜର ହୋଇସାରିଛନ୍ତି । ଏହା ଛଡ଼ା ଅର୍ଚ୍ଚନା ଓ ଖଗେଶ୍ୱର କୁ ପୁଣି ଠାରେ ରିମାଣ୍ଡରେ ଆଣିପାରେ ଇଡି । ତେଣୁ ଆଜି କୋର୍ଟରେ ପ୍ରଡକ୍ସନ ରିମାଣ୍ଡ ପିଟିସନ ଦାଖଲ କରାଯିବ ବୋଲି ଜଣାପଡ଼ିଛି

Comments are closed.