ଭୁବନେଶ୍ୱର: ଜୁଲାଇ ୨୯: ଟୋକିଓ ଅଲମ୍ପିକ୍ସର ଆଜି ସପ୍ତମ ଦିନରେ ଭାରତୀୟ ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ପୁରୁଷ ସିଙ୍ଗଲସ୍୍ ତୀରନ୍ଦାଜରେ ଅତନୁ ଦାସ ବିଜୟୀ ହୋଇ ନିଜ ସ୍ଥାନକୁ ମଜଭୁତ୍ କରିଛନ୍ତି । ସେ ଦୁଇଥରର ଅଲମ୍ପିକ୍ସ ଚାମ୍ପିଆନ୍ ଦକ୍ଷିଣ କୋରିଆର ଓହ ଜିନ୍ ହୟେକ୍ଙ୍କୁ ସୁଟ୍ ଅଫ୍ ରାଉଣ୍ଡରେ ହରାଇଛନ୍ତି ।
ବ୍ୟାଡମିଣ୍ଟନ୍ ଷ୍ଟାର ପି ଭି ସିନ୍ଧୁ ଡେନ୍ମାର୍କ ଖେଳାଳୀ ମିଆ ବ୍ଲିଚ୍ଫେଲଫଙ୍କୁ ୨-୦ରେ ପରାସ୍ତ କରି କ୍ୱାଟର୍ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି । । ଆସନ୍ତା ଶୁକ୍ରବାର ସେ ଜାପାନର ୟାମାଗୁଚିଙ୍କୁ ଭେଟିବେ ।
୩୨ ବର୍ଷୀୟ ସତୀଶ କୁମାର ସୁପର ହେଭି (୯୧କେଜି) ବର୍ଗରେ କ୍ୱାଟର୍ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସେ ଜାମାଇକାର ରିକାର୍ଡୋ ବ୍ରାଉନ୍ଙ୍ୁ ୪-୧ରେ ହରାଇଛନ୍ତି । ଜାମାଇକା ଖେଳାଳୀ ରିକାର୍ଡୋ ଏବଂ ସତୀଶ ଉଭୟଙ୍କର ଏହା ହେଉଛି ପ୍ରଥମ ଅଲମ୍ପିକ୍ସ ।
ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ଉତ୍ସାହଜନକ ଖେଳ ପ୍ରଦର୍ଶନ କରିଛନ୍ତି । ଡିଫେଣ୍ଟିଂ ଚାମ୍ପିଆନ୍ ଅର୍ଥାତ୍ ରିୟୋ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଆର୍ଜେଣ୍ଟିନାକୁ ଭାରତ ୩-୧ ଗୋଲ୍ରେ ହରାଇ କ୍ୱାଟର୍ ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛି ।
Comments are closed.