କୋଲକାତା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗକୁ ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଇପାରେ। ଏହାର ଗତି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଆଡ଼କୁ ଅଗ୍ରସର ହେବ ବୋଲି ପାଣିପାଗ ବିଭାଗ ଦ୍ବାରା ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବର୍ଷା ଲାଗି ରହିବ। ୧୬ ତାରିଖ ବେଳକୁ ଲଘୁଚାପର ପ୍ରଭାବ ପଶ୍ଚିମବଙ୍ଗରେ ଦେଖିବାକୁ ମଳିବ। ଫଳରେ ଇଡ଼େନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍ ମ୍ୟାଚ୍ ଧୋଇହୋଇଯିବା ଆଶଙ୍କା ରହୁଛି। ଯଦିଓ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ହେବା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଅଧିକ ଘନିଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ୧୬ ତାରିଖ ସୁଦ୍ଧା ଗତି କରିବ ବୋଲି କୁହାଯାଇଛି। କିନ୍ତୁ ୧୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିଯାଇପାରେ। ଯଦି ଗୁରୁବାରକୁ ଲଘୁଚାପ ପଶ୍ଚିମବଙ୍ଗ ଆଡ଼କୁ ଗତି କରେ ତାହେଲେ ସେମିଫାଇନାଲ୍ ବାତିଲ ହୋଇପାରେ ବୋଲି ଅନୁମାନ କରାଯାଉଛି।
Comments are closed.