ଆଉ ଏକ ପଦକ ପାଇଲା ଭାରତ: ସୁଟିଂରେ ବ୍ରୋଞ୍ଜ ଆଣିଲେ ସିଂହରାଜ

ଦିଲ୍ଲୀ: ଅଗଷ୍ଟ ୩୧: ଟୋକିଓ ପାରାଅଲମ୍ପିକ୍ସରେ ଭାରତୀୟ ଖେଳାଳୀ ଉତ୍ସାହଜନକ ଖେଳ ପ୍ରଦର୍ଶନ କରି ଭାରତର ଗୌରବ ବଢ଼ାଇଉଛନ୍ତି । ଆଜି ପୁରୁଷ ସୁଟିଂରେ ସିଂହରାଜ ଅଧାନା ନିଜର ପ୍ରତିଭା ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ଏସ୍‌ଏଫ୍‌-୧ ଇଭେଣ୍ଟରେ ୨୧୬.୮ ସ୍କୋର କରି ଏହି ସଫଳତା ପ୍ରାପ୍ତ କରିଛନ୍ତି । ଏହାସହ ସୁଟିଂ ଖେଳରେ ଭାରତ ଦ୍ୱିତୀୟ ପଦକ ପାଇଛି ।
ଫାଇନାଲ୍‌ ଇଭେଣ୍ଟରେ ଚୀନ୍‌ର ଦୁଇ ଖେଳାଳୀ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି । ୟାଙ୍ଗ ଚାଓ ୨୩୭.୯ ସ୍କୋର କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ହୁଆଙ୍ଗ ଜିଙ୍ଗ ୨୩୭.୫ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ତେବେ ଫରିଦାବାଦର ବାସିନ୍ଦା ୩୯ ବର୍ଷୀୟ ସିଂହରାଜ ୫୬୯ ସ୍କୋର କରି କ୍ୱାଲିଫିକେସନରେ ଷଷ୍ଠ ସ୍ଥାନରେ ରହିଥିଲେ । ଭାରତର ଅନ୍ୟ ଜଣେ ଖେଳାଳୀ ୧୯ ବର୍ଷୀୟା ମନିଷ ନରୱାଲ ୫୭୫ ସ୍କୋର କରି କ୍ୱାଲିଫିକେସନରେ ପ୍ରଥମ ସ୍ଥାନରେ ଅଧିକାର କରିଥିଲେ । କିନ୍ତୁ ସେ ଫାଇନାଲ ରାଉଣ୍ଡରେ ନିରାଶଜନକ ପ୍ରଦର୍ଶନ କରିଥିଲେ ।
ଟୋକିଓ ଅଲମ୍ପିକ୍ସରେ ଏପର୍ଯ୍ୟନ୍ତ ଭାରତ ୮ଟି ପଦକ ଜିତିଛି । ସେଥିମଧ୍ୟରୁ ୨ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ୨ଟି ବ୍ରୋଞ୍ଜ ପଦକ ରହିଛି ।

Comments are closed.