Edited by Papu Mohanty
ଭୁବନେଶ୍ୱର :May 20: ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ମହାବାତ୍ୟା ଅମ୍ଫାନ ସଂପର୍କରେ ଯେଉଁ ଆକଳନ କରିଥିଲା ତାହା ଶତ ପ୍ରତିଶତ ଠିକ୍ ହୋଇଛି । ଏଥିପାଇଁ ସବୁ ଶ୍ରେୟ ଯାଇଛି ଆଇଏମଡିର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଚୟ ମହାପାତ୍ର ଓ ତାଙ୍କ ଟିମକୁ ।
ବଙ୍ଗୋପସାଗରେ ଲଘୁଚାପ ହେବା ଦିନ ଠାରୁ ଆଇଏମଡି ସଠିକ ଆକଳନ କରିଛି । ଏଥିପାଇଁ ପ୍ରଥମରୁ ତିନୋଟି ଡୋପଲାର ରାଡାର ନିୟୋଜିତ ହୋଇଥିଲା । ତାହା ହେଉଛି ଓଡିଶାର ପାରାଦୀପ, ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥ ଡୋପଲର୍ ରାଡାର । ଉକ୍ତ ରାଡାର ରିପୋର୍ଟ ଆଧାରରେ ଆଇଏମଡି ଘଣ୍ଟାକୁ ଘଣ୍ଟା ରିପୋର୍ଟ ପ୍ରସ୍ତୁତ କରୁଥିଲା । ଲଘୁଚାପରୁ ଡିପ୍ରେସନ, ତାପରେ ଡିପ ଡିପ୍ରେସନ, ସାଇକ୍ଲୋନିକ ଷ୍ଟର୍ମ, ସିଭିଅର ସାଇକ୍ଲୋନିକ ଷ୍ଟର୍ମ, ଏକ୍ସଟ୍ରିମ ସାଇକ୍ଲୋନିକ ଷ୍ଟର୍ମ ଏବଂ ଶେଷରେ ସୁପର ସାଇକ୍ଲୋନ ଷ୍ଟର୍ମ ପର୍ଯ୍ୟାୟ ଦେଇ ଅମ୍ଫାନ ଗତି କରିଥିଲା । ଏହା ଉପକୂଳ ଠାରୁ ପ୍ରାୟ ୧୪ ଶହ କିମି ଗଭୀର ସମୁଦ୍ର ଭିତରେ ଥିଲା । ତେଣୁ ଆକଳନ କରିବା ସହଜ ନଥିଲା । ହେଲେ ଆଇଏମଡିର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଚୟ ମହାପାତ୍ରଙ୍କ ଆକଳନ ଓ ପୂର୍ବାନୁମାନ କରି ସଠିକ ରହିଥିଲା । ପୂର୍ବ ବାତ୍ୟା ଫନି ବେଳେ ମଧ୍ୟ ଅନୁରୂପ ଶତ ପ୍ରତିଶତ ଆକଳନ ସତ ହୋଇଥିଲା । ତେଣୁ ଓଡ଼ିଆ ପୁଅ ଶ୍ରୀ ମହାପାତ୍ରଙ୍କ ପାଇଁ ଓଡ଼ିଶା ଗର୍ବ ଅନୁଭବ କରିବା ସ୍ୱାଭାବିକ । ସେହିପରି ଅନ୍ୟତମ ଓଡ଼ିଆ ପୁଅ ଏନଡିଆଏଫ ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନ ମଧ୍ୟ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ରାଜ୍ୟର ଟେକ ରଖିଛନ୍ତି ।
Comments are closed.