ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Edited by Papu Mohanty

ଭୁବନେଶ୍ୱର : May 21:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପରିକ୍ରମା କରିବା ସହିତ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ବିଶେଷ କରି ଫସଲ ନଷ୍ଟ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ କ୍ଷୟକ୍ଷତି ଘଟିଥିବା ରାସ୍ତା ଘାଟ ଓ ବନ୍ଧ ବାଡ ତୁରନ୍ତ ମରାମତି ସହିତ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକରେ ସାଧାରଣ ଜୀବନଯାତ୍ରା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁକ୍ରବାର ସକାଳ ସୁଦ୍ଧା ରାସ୍ତା ସଫେଇ କାର୍ଯ୍ୟ ସମାପନ ହେବ ଓ ଆସନ୍ତା ୨୪ଘଣ୍ଟା ମଧ୍ୟରେ ସେସୁ ପକ୍ଷରୁ ବିଦୁ୍ୟତ ସଂଯୋଗ ଯୋଗାଇ ଦିଆଯିବ । ସେହିଭଳି ନେସ୍କୋ ଅଞ୍ଚଳରେ ୭୨ଘଣ୍ଟା ମଧ୍ୟରେ ବିଦୁ୍ୟତ ସଂଯୋଗ ଦିଆଯିବ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି । ଅପରପକ୍ଷରେ ଫସଲ କ୍ଷୟକ୍ଷତିର ଆକଳନ ଆଗାମୀ ୩ଦିନ ମଧ୍ୟରେ କରାଯିବା ସହିତ ଘର ଓ କୋଠା ଗୁଡ଼ିକର ସର୍ଭେ ଏକ ସପ୍ତାହ ମଧ୍ୟରେ ସଂପନ୍ନ ହେବ । ସୂଚନା ଯୋଗ୍ୟ ବାତ୍ୟା ଅମ୍ପନ ପ୍ରଭାବରେ ରାଜ୍ୟର ୮୯ ବ୍ଲକର ୪୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।

Comments are closed.