ଆଜିଠୁଁ ପର୍ଯ୍ୟଟନଙ୍କ ପାଇଁ ଖୋଲିଲା ସୂର୍ଯ୍ୟ ମନ୍ଦିର

ଭୁବନେଶ୍ୱର: ଅଗଷ୍ଟ୨: କରୋନା ମହାମାରୀ ସକାଶେ ଗତ ତିନି ମାସରୁ ଊର୍ଦ୍ଧ୍ୱ ଦିନ ଧରି ବନ୍ଦ ଥିବା କୋଣାର୍କର ସୂର୍ଯ୍ୟ ମନ୍ଦିର ଆଜି ପର୍ଯ୍ୟଟନଙ୍କ ପାଇଁ ଖୋଲିଛି ।
ଗୋଟିଏ ଦିନରେ କେବଳ ୨ ହଜାର ପର୍ଯ୍ୟଟକ ମନ୍ଦିରକୁ ପ୍ରବେଶ କରିପାରିବେ । ପ୍ରତ୍ୟହ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍‌ ସକାଳ ୬ଟାରୁ ଦ୍ୱିପ୍ରହର ୧ଟା ଯାଏଁ ୧ ହଜାର ପର୍ଯ୍ୟଟକ ଏବଂ ଦ୍ୱି୍ୱିପ୍ରହର ୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଆଉ ୧ ହଜାର ର୍ପଯ୍ୟଟକଙ୍କୁ ପ୍ରବେଶ ଅନୁମତି ରହିଛି ।
ସ୍ଥାନୀୟ ଦୋକାନ, ଫଟୋଗ୍ରାଫର ଓ ଗାଇଡ୍‌ମାନଙ୍କୁ ମନ୍ଦିର ପ୍ରବେଶ ପାଇଁ ମନା କରାଯାଇଛି । ଏହାସହ ପର୍ଯ୍ୟଟକଙ୍କ ମଧ୍ୟରେ ଯେପରି ସାମାଜିକ ଦୂରତା ପାଳନ କରାଯିବ ସେ ନେଇ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି । ମନ୍ଦିର ପ୍ରବେଶ ପଥରେ ଏକ କ୍ୱì୍ୟଆର୍‌ କୋଡ୍‌ ରହିଛି । ଏଥିରେ ପର୍ଯ୍ୟଟକ ନିଜକୁ ସ୍କାନିଂ କରାଇ ଭିତରକୁ ପ୍ରବେଶ କରି ଟିକେଟ୍‌ ସଂଗ୍ରହ କରିପାରିବେ । ଏହାପରେ ଥର୍ମାଲ୍‌ ସ୍କ୍ରିନିଂ ପରେ ମନ୍ଦିର ଭିତରକୁ ଯିବାର ନିୟମ ରହିଛି । ଏହାଛଡ଼ା ଅନ୍‌ଲାଇନ୍‌ ଟିକେଟ୍‌ର ସୁବିଧା ମଧ୍ୟ ରହିଛି । ବିନା ମାସ୍କରେ ମନ୍ଦିର ପ୍ରବେଶ ମନା । ପ୍ରତ୍ୟେକ ଶନିବାର ଓ ରବିବାର ମନ୍ଦିର ପର୍ଯ୍ୟଟଟଙ୍କ ପାଇଁ ମନ୍ଦିର ବନ୍ଦ ରହିବ ।
ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଦିନ ନନ୍ଦନକାନନ ଖୋଲା ହେବ । ପ୍ରାୟ ତିନି ମାସରୁ ଊର୍ଦ୍ଧ୍ୱ ଦିନ ଧରି ବନ୍ଦ ରହିଥିଲା ନନ୍ଦନକାନନ । । ନନ୍ଦନକାନନ ଭିତରେ ବ୍ୟାଟେରି ଚାଳିତ ଗାଡ଼ି, ବୋଟିଂ ଆଦି ବର୍ତ୍ତମାନ ବନ୍ଦ ରହିବ । ଅଳ୍ପସଂଖ୍ୟକ ପର୍ଯ୍ୟଟକଙ୍କୁ ନନ୍ଦନକାନନକୁ ଯିବା ଲାଗି ଅନୁମତି ରହିଛି । ଚଳିତ ମାସ ୫ ତାରିଖରେ ଭିତରକନିକା ଅଭୟାରଣ୍ୟ ଖୋଲିବ ।

Comments are closed.