Edited by Papu Mohanty:
ଭୁବନେଶ୍ୱର : May 12: ରାଜ୍ୟର ଗ୍ରୀନ ଜୋନରେ ଚାଲିବ ବସ୍ । ବସ୍ରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଲାଇବା କ୍ଷତି ହେବ ବୋଲି ସଙ୍ଘ ଦାବି ରଖିଥିଲା । ମାତ୍ର ଏବେ ଗାଡି ଭଡ଼ାକୁ ଦୁଇଗୁଣ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି(ବୁଧବାର)ଠାରୁ କଟକ-ଭୁବନେଶ୍ୱରରେ ଚାଲିବ ବସ୍ ।
ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ୍ ଚଳାଇବେ ରାଜ୍ୟ ସରକାର । ଏହି ବସ୍ ସରକାରୀ ଅଫିସ ସମୟରେ ଚଳାଚଳ କରିବ । ଅଫିସ ସମୟରେ କେବଳ ଗୋଟିଏ ଓଏସଆରଟିସିର ବସ୍ ଚାଲିବ । ଏହି ବସ୍ରେ କଟକରୁ ଭୁବନେଶ୍ୱର ଯାତ୍ରା କଲେ ଦୁଇ ଗୁଣ ଭଡ଼ା ଅର୍ଥାତ ୩୦ଟଙ୍କା ଦେବାକୁ ପଡିବ । ସାରା ରାଜ୍ୟରେ ବସ୍ ଚଳାଚଳ ସମ୍ପର୍କରେ ଆସନ୍ତା ଦୁଇଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ବର୍ତ୍ତମାନ କିଛି ଗ୍ରୀନ ଜୋନ୍ ଏବେ ରେଡ୍ ଜୋନ୍ ହୋଇଯାଇଛି । ତେଣୁ ଏହିସବୁ ଅଞ୍ଚଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଯଦି ବସ୍ ଚଳାଚଳ ଲାଗି ଅନୁମତି ମିଳେ, ତାହେଲେ ବସ ମାଲିକ ସଂଘ ଏଥିରେ ଏକମତ ହୋଇ ବସ୍ ଚଳାଇବେ । ସେହିଭଳି ଏହି ସମୟରେ ଗାଡି ଭଡା ଆହୁରୀ ବଢିବ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳା କରିବା ଦ୍ୱାରା ବସ ମାଲିକ ସଂଘଙ୍କୁ କ୍ଷତି ସହିବାକୁ ପଡ଼ିବ । ଏଣିକି ଗାଡି ଭଡାକୁ ଦୁଇଗୁଣିତ ବୃଦ୍ଧି ହେବ । ଫଳରେ ବସ୍ ମାଲିକ ସଂଘଙ୍କୁ ଆଉ କୌମସି କ୍ଷତି ସହିବାକୁ ପଡିବ ନାହିଁ ।
Comments are closed.