ଆଜି ରାଜ୍ୟରେ ୧ହଜାର ୯୧୭ କରୋନା ସଂକ୍ରମିତ

ଭୁବନେଶ୍ୱର:ଜୁଲାଇ ୨୩: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧ ହଜାର ୯୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୧୦୯ ଜଣ କ୍ୱାରେଣ୍ଟିନ୍‌ ଓ ୮୦୮ ଜଣ ସ୍ଥାନୀୟ କେସ୍‌ରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୨୧୦ ଜଣ ।
ଅନ୍ୟପକ୍ଷେ ଆଜି ୬୯ କରୋନା ରୋଗୀ ଆଖି ବୁଜିଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ କରୋନା ସଂକ୍ରମିତ ୫୧୮ ଜଣ ଚିହ୍ନଟ ହୋଇଛନ୍ତି । ଏହା ପଛକୁ ରହିଛି କଟକ । କଟକରେ ୨୫୬ ଜଣ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ତେବେ, ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଗତ ୨୪ ଘଣ୍ଟାରେ ଅନୁଗୁଳରୁ ୯୧, ବାଲେଶ୍ୱରରୁ ୮୪, ବରଗଡ଼ରୁ ୧୯, ଭଦ୍ରକରୁ ୫୫, ବଲାଙ୍ଗିରରୁ ୧୦, ବୌଦ୍ଧରେ ୭, ଦେଓଗଡ଼ରୁ ୧, ଢ଼େଙ୍କାନାଳରୁ ୩୭, ଗଜପତିରୁ ୧୬, ଗଞ୍ଜାମରୁ ୭, ଜଗତସିଂହପୁରୁ ୯୨, ଯାଜପୁରରୁ ୮୭, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୬, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୭୩, କେନ୍ଦୁଝରରୁ ୩୩, କୋରାପୁଟରୁ ୧୦, ମାଲକାନଗିରିରୁ ୧୨ , ମୟୁରଭଞ୍ଜରୁ ୬୯, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୬, ନୂଆପଡ଼ାରୁ ୫, ପୁରୀରୁ ୧୧୮, ରାୟଗଡ଼ାରୁ ୧୧, ସମ୍ବଲପୁରରୁ ୧୫, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୫୦ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୧୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.