ଆଜି ସୁସ୍ଥ ହେଲେ ୧୩୧ ଜଣ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ମୋଟ ୪୪୧୨

ଭୁବନେଶ୍ୱର: ଜୁନ ୨୬: ରାଜ୍ୟରେ ଆଜି ୧୩୧ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୪୪୧୨ ଜଣ ସୁସ୍ଥ ହେଇସାରିଲେଣି I
ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୩ ଜଣ ସୁସ୍ଥ ହେଇଥିବା ବେଳେ, ପୁରୀ ରୁ ୨୮, ଖୋର୍ଦ୍ଧା ରୁ ୨୧, କନ୍ଧମାଳ ରୁ ୧୨, ଜଗତସିଂହପୁର ରୁ ୭, ନବରଙ୍ଗପୁର ରୁ ୬, କେନ୍ଦ୍ରାପଡ଼ା ରୁ ୫, ବାଲେଶ୍ୱର ଓ କଟକ ରୁ ୨ ଜଣ ଲେଖାଏଁ ଏବଂ ବରଗଡ, ବଲାଙ୍ଗୀର, ଝାରସୁଗୁଡା, କେନ୍ଦୁଝର ଓ ସୁନ୍ଦରଗଡ ରୁ ଜଣେ ଲେଖାଏଁ ବ୍ୟକ୍ତି ସୁସ୍ଥ ହେଇଛନ୍ତି I

Comments are closed.