ଆଣ୍ଡି ମରେ ହେଲେ ଜୋକୋଭିକ୍‌ଙ୍କ ନୂଆ ପ୍ରଶିକ୍ଷକ

ବେଲ୍‌ଗ୍ରେଡ୍‌: ବର୍ଷ ଆରମ୍ଭର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଅଷ୍ଟ୍ରେଲିଆନ୍‌ ଓପନ୍‌ ପୂର୍ବରୁ ସର୍ବିୟାର ତାରକା ଖେଳାଳି ନୋଭାକ ଜୋକୋଭିକ୍‌ ନୂଆ ପ୍ରଶିକ୍ଷକଙ୍କୁ ନିଯୁକ୍ତି କରିଛନ୍ତି। ଏହି ୨୪ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ନିଜର ପୂର୍ବ ପ୍ରତିଦ୍ବଦ୍ବୀ ଇଂଲଣ୍ଡର ଆଣ୍ଡି ମରେଙ୍କୁ ଏହି ନିଯୁକ୍ତ ଦେଇଛନ୍ତି। ୩ ଗ୍ରାଣ୍ଡସ୍ଲାମ୍‌ ବିଜେତା ୩୭ ବର୍ଷୀୟ ମରେ ଚଳିତ ବର୍ଷ ଅଗଷ୍ଟରେ ଅବସର ନେଇଥିଲେ। ରେକର୍ଡ ୧୦ ଥର ଅଷ୍ଟ୍ରେଲିଆନ୍‌ ଓପନ୍‌ ଜିତିଥିବା ୩୭ ବର୍ଷୀୟ ଜୋକୋଭିକ୍‌ ପୂର୍ବରୁ ୪ ଥର ଫାଇନାଲ୍‌ରେ ମରେଙ୍କୁ ହରାଇଛନ୍ତି। ଜୋକୋଭିକ୍‌ ଏହି ସୂଚନା ଦେଇ କହିଛନ୍ତି, ମୋ ସହିତ ମୋର ବଡ଼ ପ୍ରତିଦ୍ବନ୍ଦ୍ବୀ ଗୋଟିଏ ସ୍ଥାନରେ ଥିବାରୁ ବହୁତ ଖୁସି। ଏଥର ସେ ମୋ ପ୍ରଶିକ୍ଷକ ଭାବେ ରହିବେ। ମେଲ୍‌ବର୍ଣ୍ଣରେ ଆସନ୍ତା ଋତୁ ଆଣ୍ଡି ମରେଙ୍କ ସହ ଆରମ୍ଭ କରିବି। ଯେଉଁଠାରେ ଆମେ ଆମ ଜୀବନର ଅସାଧାରଣ ମୁହୂର୍ତ୍ତ ଛାଡ଼ିଛୁ। ଜୋକ‌ୋଭିକ୍‌ ଏକ୍ସରେ ମରେଙ୍କ ଏକ ମଜାଳିଆ ଭିଡିଓ ପୋଷ୍ଟ କରି ଏହାର ଶିରୋନାମରେ ଲେଖିଛନ୍ତି, ‘ସେ କୌଣସି ମତେ ବି ଅବସରକୁ ପସନ୍ଦ କରିବେନି’। ନିଯୁକ୍ତି ପରେ ମରେ କହିଛନ୍ତି ଯେ ଏହାକୁ ନେଇ ମୁଁ ବହୁତ ଖୁସି, ଏକ ପରିବର୍ତ୍ତନ ସହ ଗୋଟିଏ ପଟେ ରହିବୁ।

Comments are closed.