ଭୁବନେଶ୍ୱର: ଅଗଷ୍ଟ ୯:ଅନ୍ଲାଇନ ସପିଂ କମ୍ପାନୀ ଆମାଜନ ଓ ଫ୍ଲିପ୍କାର୍ଟ ବିରୋଧରେ ଚାଲୁଥିବା ସିସିଆଇ (କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ) ତଦନ୍ତ ପୂର୍ବ ଭଳି ଜାରି ରହିବ ବୋଲି ଆଜି ସୁପ୍ରିମକୋର୍ଟ କହିଛି । ଏହି ଦ୍ୱୟ କମ୍ପାନୀ, ସିସିଆଇ ତଦନ୍ତରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁଇ କମ୍ପାନୀ, ଆଣ୍ଟି କମିଶନ ଚୁକ୍ତି ଅମାନ୍ୟ କରିଥିବାରୁ ସିସିଆଇ ତଦନ୍ତ କରୁଛି । ପୂର୍ବରୁ ଆମାଜନ ଓ ଫ୍ଲିପ୍କାର୍ଟ ସିସିଆଇ ତଦନ୍ତ ଉପରେ ରୋକ ଲଗାଇବା ସକାଶେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଆବେଦନକୁ ଆଗ୍ରହ୍ୟ କରିବାରୁ ଉଭୟ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନାଥାଉକି, ଉଭୟ କମ୍ପାନୀ ସେମାନଙ୍କ ଇ-ପ୍ଲାଟଫର୍ମର କିଛି ନିର୍ଦ୍ଦିଷ୍ଟ କମ୍ପାନୀ ସାମଗ୍ରୀକୁ ପ୍ରମୋଟ କରୁଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ବି୍ରକ ଆଣ୍ଡ ମୋର୍ଟରା ରିଟେଲର୍ସ କମ୍ପାନୀ ଆଣିଥିଲା ।
Comments are closed.