ଆମେରିକାର ଉତ୍ତର-ପୂର୍ବରେ ‘ଇଡା’ର ପ୍ରଳୟ, ୪୫ ମୃତ

ଆମେରିକା: ସେପ୍ଟେମ୍ବର ୩ : ଉତ୍ତର-ପୂର୍ବ ଆମେରିକାରେ ‘ଇଡା’ ବାତ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର ବିଳମ୍ବିତ ରାତ୍ରିରେ ବାତ୍ୟା ଇଡାରେ ଆମେରିକାରେ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ନଦୀରେ ବନ୍ୟା ଆସି ନୁ୍ୟୟର୍କ ଓ ମାମାରୋନେକ୍ ସହରରେ ପାଣି ପଶିଯାଇଛି । ମେରିଲ୍ୟାଣ୍ଡରୁ ନୁ୍ୟୟର୍କ ସହର ପର୍ଯ୍ୟନ୍ତ ଅତି କମ୍ରେ ୪୫ ଜଣଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ନୁ୍ୟୟର୍କରେ ପ୍ରାୟ ୧୨ ଜଣଙ୍କର ମୃତୁ୍ୟ ହୋଇଥିଲା ବେଳେ ନୁ୍ୟଜର୍ସିରେ ୨୩ ଜଣଙ୍କର ମୃତୁ୍ୟ ହୋଇଛି । ଭୂତଳ ଘରମାନଙ୍କରେ ହଠାତ୍ ପାଣି ପଶିଯିବାରୁ ବହୁ ଲୋକଙ୍କର ମୃତୁ୍ୟ ହୋଇଛି । ରାସ୍ତା ଘାଟ, ଆପାର୍ଟମେଣ୍ଟ ଆଦି ସ୍ଥାନରେ ପାଣି ଭରି ରହିଛି । ଏହାସହିତ ରାସ୍ତାରେ କାର୍ଗୁଡ଼ିକ ଭାସୁଥିବା ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ବହୁତ ଲୋକ ଭୂତଳ ଘରରେ ଫଶି ରହିଛନ୍ତି । ପୋଲିସ ଓ ଉଦ୍ଧାରକାରୀ ଦଳ ଫଶି ରହିଥିବା ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି ବୋଲି ଆଜି ନୁ୍ୟୟର୍କ ମେୟର ବିଲ୍ ଡି’ ବ୍ଲାସିଓ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ, ବାତ୍ୟା ଯୋଗୁଁ ମିସିସିପି ରାଜପଥ ଭୁଶୁଡ଼ି ପଡ଼ି ୨ ଜଣଙ୍କର ମୃତୁ୍ୟ ହୋଇଛି । ରେଲେୱ ଷ୍ଟେସନ ଓ ରେଳଧାରଣାରେ ପାଣି ପଶିଯାଇଛି । ଏହାକୁ ଦେଖି ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟସନ ଅଧିକାରୀ ସମସ୍ତ ରେଳ ସେବାକୁ ବନ୍ଦ ରଖିଛନ୍ତି । ପାଣି ଭରି ରହିଥିବା ସହରଗୁଡ଼ିକରେ ବିଦୁ୍ୟତ ସେବା କାଟ କରାଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କ୍ଷତିଗ୍ରସ୍ତ ଅଞ୍ଚଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
Comments are closed.