By Papu Mohanty
ଭୁବନେଶ୍ୱର(ସବୁ୍ୟ):May 13: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ମହାସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ୪୮ଘଣ୍ଟା ମଧ୍ୟରେ ଡିପ୍ରେସନ(ଅବପାତ) ରୂପ ନେବା ସହ କାଳକ୍ରମେ ବାତ୍ୟାରେ ପରିଣତ ହେବ । ତେବେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ । ହେଲେ ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର ଜଣାପଡିବା ପରେ ଓଡିଶା ଉପରେ କେତେ ପ୍ରଭାବ ପଡିବ ତାହା ଜଣାଇଦିଆଯିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆସନ୍ତା ୧୫ତାରଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଡିପ୍ରେସନ ରୂପ ନେବ । ୧୬ତାରିଖ ସନ୍ଧ୍ୟା ବେଳକୁ ଏହା ଦକ୍ଷିଣ ପଶ୍ଚିମ ଏବଂ ପାଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣି ଝଡରେ ପରିଣତ ହେବ । ପରେ ଏହା ଉତ୍ତର ପୂର୍ବ ଆଡକୁ ଗତି କରିବାର ସମ୍ଭାବନା ରହିଛି ।
ଆସନ୍ତା ୧୬ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହି ସମୂଦ୍ର ଭିତରେ କରାଳ ରୂପ ଦେଖାଇବ । ୧୭ତାରିଖ ବେଳକୁ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଅଧିକ ଘନିଭୂତ ହୋଇ ଉତ୍ତର ପୂର୍ବ ଦିଗ ଆଡକୁ ଯିବ । ଫଳରେ ଏହା ପ୍ରଭାବରେ ୧୫ତାରିଖରୁ ସମୂଦ୍ର ଅଶାନ୍ତ ରହିବ । ସମୂଦ୍ର ଭିତରକୁ ଯେଉଁ ମତ୍ସ୍ୟଜୀବୀମାନେ ପ୍ରବେଶ କରିଥିବେ ସେମାନଙ୍କୁ ତୁରନ୍ତ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.