ଉତ୍ତରାଖଣ୍ଡରେ ପ୍ରବଳ ବର୍ଷର୍ା: ଭୂÕଳନ ହେତୁ ଜାତୀୟ ରାଜପଥ ବନ୍ଦ

ଦିଲ୍ଲୀ ଅଗଷ୍ଟ ୨୮: ଗତକାଲି ରାତି ଠାରୁ ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ରହିବା ସହିତ ପାହାଡ଼ରୁ ମାଟି ଧସି ହୋଇ ରାସ୍ତା ବନ୍ଦ ହୋଇଯାଇଛି । ଭୂÕଳନ ହେତୁ ମୋଟ ଉପରେ ରାଜ୍ୟର ୫ଟି ଜାତୀୟ ରାଜପଥ ସମେତ ୨୦୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି । ପାହାଡ଼ରୁ ପଥର ଖସିବା ନେଇ ଆଶଙ୍କାରେ ଟିହରି ଜିଲ୍ଲା ପ୍ରଶାସନ ଋଷିକେଶ-ବଦ୍ରିନାଥ ୫୮ ନମ୍ବର ଜାତୀୟ ରାଜମାର୍ଗରେ ଗମନାଗମନକୁ ବନ୍ଦ କରିଛନ୍ତି । ଚମ୍ପାବତ ଜିଲ୍ଲାରେ ଭୂÕଳନ ହେତୁ ପ୍ରସିଦ୍ଧ ପୂର୍ଣ୍ଣାଗିରି ଦେବୀଙ୍କ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଫଳରେ ସେଠାରେ ଗମନାଗମନର ସମ୍ପୂର୍ଣ୍ଣ ଛିନ୍ନ ହୋଇଯାଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ, ପ୍ରବଳ ବର୍ଷା ହେତୁ ବର୍ଷା ପାଣିରେ କୁଢ଼ କୁଢ଼ ଆବର୍ଜନା ଭାସି ଆସି ଭବାଲି-ହଲଡ଼ୱାନୀ ରାଜପଥ ସ୍ଥିିତ ଭେରବଟ୍ଟୀ ବ୍ରିଜ୍‌ ବନ୍ଦ ହୋଇଯାଇଛି । ଦୋଗାଁବ ମୁଖ୍ୟ ରାସ୍ତାର ୨୦ ମିଟରରେ ମାଟି ଅତଡ଼ା ଖସିଯାଇଛି । ଫଳରେ ଗମନାଗମନର ସମସ୍ୟା ଉପୁଜିଛି । ହରିଦ୍ୱାର ସ୍ଥିତ ଗଙ୍ଗା ନଦୀ ବିପଦ ସଙ୍କେତ ରେଖା ଉପରେ ପହଞ୍ଚିଛି । ତେବେ ଆସନ୍ତା ୨୪ ଘଣ୍ଟାରେ ଉତ୍ତରାଖଣ୍ଡରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ବିଶେଷକରି ନୈନିତାଲ, ଚମ୍ପାବତ, ବାଗେଶ୍ୱର ଏବଂ ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

Comments are closed.