ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ କୁଳିପତିଙ୍କ ଦ୍ୱାରା ନାମାଙ୍କିତ ମାସ୍କ ବଣ୍ଟନ

Reported by Soumya Ranjan Patnaik

ବାରିପଦା, (ସବ୍ୟୁ) : May 19: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ବିଶ୍ୱବିଦ୍ୟାଳୟ ପରିସରରେ ଉପସ୍ଥିତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦଙ୍କୁ ବୈଶ୍ୱିକ ମହାମାରୀ କରୋନାର ଭୟାବହତା ଓ ବ୍ୟାପକତା ବିଷୟରେ ବିଜ୍ଞାନ ସମ୍ମତ ବ୍ୟାଖା କରିବା ସହିତ ଏହାର ସଂକ୍ରମଣକୁ ପ୍ରତିରୋଧ ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଫେସର ଚାନ୍ଦଙ୍କ ପ୍ର‌୍ୟତକ୍ଷ ତତ୍ତ୍ୱାବଧାନରେ ବିଶ୍ୱବିଦ୍ୟାଳୟ ନାମାଙ୍କିତ ଛଅହଜାର ମାସ୍କ ବାରିପଦାର ସାଧାରଣ ଜନତା ଏବଂ ବିଶ୍ୱବିଦ୍ୟାଳୟର ବାରିପଦା ଓ କେନ୍ଦୁଝର ସ୍ଥିତ କ୍ୟାମ୍ପସର ପ୍ରତ୍ୟେକ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବଣ୍ଟନ ନିମନ୍ତେ ପ୍ରସ୍ତୁତ କରାଯାଇଅଛି । ଆଜି ଉପସ୍ଥିତ ଥିବା ଶିକ୍ଷକ ଓ ସମସ୍ତ ବର୍ଗର କର୍ମଚାରୀଙ୍କୁ ବିଶ୍ୱବିଦ୍ୟାଳୟର ନାମାଙ୍କିତ ମାସ୍ମ ବଣ୍ଟନ ସହିତ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷାବିଭାଗ, ବିଭିନ୍ନ ଦପ୍ତରକର୍ମଚାରୀ, ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କୁ ସାନିଟାଇଜର ପ୍ରଦାନ କରାଯାଇଥିଲା । କୁଳପତିଙ୍କ ନିର୍ଦ୍ଦେଶକ୍ରମେ ମାସ୍କ ପ୍ରସ୍ତୁତି ସହିତ ବଣ୍ଟନ କାର୍ଯ୍ୟକୁ ଜାତୀୟ ସେବା ଯୋଜନା ବ୍ୟୁରୋର ଅଧିକାରୀ ମାନେ ପରିଚାଳନା କରିଥିଲେ । ବିଶ୍ୱବିଦ୍ୟାଳୟର ପ୍ରଶାସନିକ ସୌଧର ବିଭିନ୍ନ ଦପ୍ତର ଗୁଡିକ ସହିତ କେନ୍ଦ୍ରୀୟ ପାଠାଗାର ଏବଂ ଅନ୍ୟାନ୍ୟ ଶୈକ୍ଷିକ ବିଭାଗ ଗୁଡିକ କୁଳପତିଙ୍କ ଉପସ୍ଥିତିରେ ବିଶୋଧନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୁଳସଚୀବ ପ୍ରଫେସର ପ୍ରମୋଦ କୁମାର ଶତପଥୀଙ୍କ ସହିତ ଜାତୀୟ ସେବାଯୋଜନା ମୁକ୍ତଶାଖା କାର୍ଯ୍ୟକ୍ରମ ଅଧିକାରୀ ଡଃ ସୃଷ୍ଟିଧର ରାଉତ, ଡଃ ରବିନ୍ଦ୍ର ମିଶ୍ର, ଡଃ ଶାନ୍ତି ସ୍ୱରୂପ ବସା, ଡଃ ପାର୍ଥସାରଥୀ ମିଶ୍ର, ଡଃ ନବୀନ କୁମାର ସାହୁ, ଡଃ ସୀତାରାମ ଦାସ, ଡଃ ଦେବବ୍ରତ ନନ୍ଦୀ, ଡଃ ବିଚିତ୍ରନାଥ ସାହୁ ଓ ଡଃ ମଧୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସରକାରଙ୍କ ନିର୍ଦ୍ଦେଶନାମାନୁସାରେ ସମସ୍ତଙ୍କୁ କାର୍ଯ୍ୟ କରିବା ସହିତ ସହଯୋଗ କରିବା ପାଇଁ କୁଳପତି ପ୍ରଫେସର ଚାନ୍ଦ ନିବେଦନ କରିଥିଲେ ।

Comments are closed.