ଭୁବନେଶ୍ୱର : ଅଗଷ୍ଟ ୪: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ସମଗ୍ର ଓଡ଼ିଶାରେ ଆସନ୍ତା ଦୁଇ ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ବାଲାଂଦେଶ ଅଞ୍ଚଳର ସାମୁଦ୍ରିକ କ୍ଷେତ୍ରରେ ଏବେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ଜୁନ୍ ୧ରୁ ଅଗଷ୍ଟ ୪ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି । ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୩ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ପୁରୀ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡାରେ ୪୦ ପ୍ରତିଶତ କମ ବର୍ଷ ହୋଇଛି ।
Comments are closed.