ଉପଲବ୍ଧ ହେଲା ନୀଳାଚଳ ଅବଢା

ପୁରୀ(ସବ୍ୟୁ): ଜୁଲାଇ ୨୫: ରତ୍ନ ସିଂହାସନାରୂଢ ହେବା ପରେ ୨୪ ତାରିଖରୁ ଚତୁର୍ଦ୍ଧାମୂତ୍ତିଙ୍କଠାରେ ଅନ୍ନ ମହାପ୍ରସାଦ ଭୋଗ କରାଯାଇଛି । ବହୁଶ୍ରଦ୍ଧାଳୁ ନୀଳା ଚଳ ଅବଢା ସେବନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପରମ୍ପରା ଅନୁଯାୟୀ ଏହି ଦିନଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ସମସ୍ତ ନୀତି କାନ୍ତି ଆରମ୍ଭ ହୋଇଛି । ଗତକାଲି ସକାଳ ସାଢେ ୯ଟା ସୁଦ୍ଧା ଶ୍ରୀଜିଉମାନଙ୍କର ମଙ୍ଗଳଆଳତି ନୀତି ଶେଷ ହୋଇଥିଲା । ମଇଲମ୍ ଓ ତଡ଼ପ ଲାଗି ପରେ ୧୦ଟା ୩୫ ସୁଦ୍ଧା ସମ୍ପନ୍ନ ହୋଇଥିଲା ଅଧରପୋଛା ନୀତି । ପରେ ବିଭିନ୍ନ ପାରମ୍ପରିକ ନୀତି ସଂପନ୍ନ ହେବା ସହିତ ଅନ୍ନ ମହାପ୍ରସାଦ ରନ୍ଧା ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଭକ୍ତମାନଙ୍କୁ ନୀଳାଚଳ ଅବଡ଼ା ଯୋଗାଇଦେବା ଲାଗି ସୁଆର ମହାସୁଆର ନିଯୋଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଅନ୍ନମହାପ୍ରସାଦ ଉପଲବ୍ଧ ହେବା ପରେ ଅନେକ ଶ୍ରଦ୍ଧାଳୁ ସୁଆର ସେବାୟତମାନଙ୍କ ନିକଟରୁ ବୋଝିଆମାନଙ୍କ ଜରିଆରେ ବରାଦି ଭୋଗ ସଂଗ୍ରହ କରିଥିଲେ ।
ବହୁ ଶ୍ରଦ୍ଧାଳୁ ନିଯୋଗ ପକ୍ଷରୁ ଖୋଲା ଯାଇଥିବା କାଉଣ୍ଟରରୁ ମଧ୍ୟ ନିଳାଚଳ ଅବଡ଼ା ସଂଗ୍ରହ କରିଥିଲେ । ତେବେ ମହାମାରୀ କରୋନା ଜନିତ କଟକଣା ଯୋଗୁଁ ଶ୍ରୀମନ୍ଦିର ପରିସରରେ ନୀଳାଚଳ ଅବଢା ନାମରେ ଖ୍ୟାତ ଆଜିର ଅନ୍ନ ମହାପ୍ରସାଦ ସେବନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟଯେ, ମହାପ୍ରଭୁ ରଥାରୂଢ ହୋଇ ଜନ୍ମବେଦୀକୁ ଯାତ୍ରା କରିବା ପରଠାରୁ ଅର୍ଥାତ ରଥଯାତ୍ରା ଠାରୁ ବାହୁଡ଼ା ଯାତ୍ର ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରର ବହୁବ୍ୟକ୍ତି ହବିସ୍ୟ କରିଥାନ୍ତି । ମହାପ୍ରଭୁ ନଳାଦ୍ରୀ ବିଜେ କରିବା ପରେ ସେହି ହବିସ୍ୟାଳିମାନେ ଇନ୍ଦ୍ରଦ୍ୟୁମ୍ନ ପୁଷ୍ପରଣୀରେ ତ୍ସ୍ନାନ କରି ବ୍ରାହ୍ମଣ ଭୋଜନ ଦେବା ପରେ ନିଳାଚଳ ଅବଡ଼ା ସେବନ କରି ସେମାନଙ୍କର ବ୍ରତ ପୂର୍ଣ୍ଣ କରିଥାନ୍ତି ।

Comments are closed.