Edited By Papu Mohanty
ଭୁବନେଶ୍ୱର: May 15:ଆସନ୍ତା ଜୁନ୍ ୫ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ । ସାଧାରଣତଃ ଜୁନ ୧ରେ ମୌସୁମୀ ବାୟୁ କେରଳ ଛୁଇଁବାକୁ ପୂର୍ବ ଆକଳନ କରଯାଇଥିଲା । ହେଲେ ଚଳିତ ବର୍ଷ ଏହା ସାତଦିନ ବିଳମ୍ବ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ବର୍ତ୍ତମାନ ସାମୂଦି୍ରକ ସ୍ଥିତି ଏବଂ ପାରିପାଶ୍ୱର୍କ ତାପମାତ୍ରା ଅନୁକୂଳ ଥିବାରୁ ଏହା ସକ୍ରୀୟ ହେବାରେ ସହାୟକ ହେବ।
ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ଆଗୁଆ ମୌସୁମୀ ବାୟୁ ସକ୍ରିୟ ହେବ । ଏହା ଚଳିତ ମାସ ୨୨ତାରିଖ ସୁଦ୍ଧା ଆଣ୍ଡାମାନ ମହାସାଗର ଓ ଲାକ୍ଷଦୀପରେ ସକ୍ରୀୟ ହେବା ସହ ଏହା ଆଗକୁ ବଢି ଉତ୍ତର-ପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗର ଅଞ୍ଚଳରେ ସକ୍ରୀୟ ରହିବ । ବର୍ତ୍ତମାନ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବା ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରୀୟ ହେବାରେ ସହାୟକ ହେଉଛି । ଉତ୍ତର ପଶ୍ଚିମ ଭାରତରେ ସର୍ବନିମ୍ନ ତାପମାତ୍ରା, ଦକ୍ଷିଣ ପେନିସୁଲା ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା, ଦକ୍ଷିଣ ଚାଇନାର ସମୂଦ୍ରରେ ବଡବଡ ତରଙ୍ଗ ସୃଷ୍ଟି ହେଲେ ମୌସୁମୀ ସକ୍ରୀୟ ହେଉଛି ବୋଲି ସୂଚାଉଥାଏ ।
୨୦୧୫ରେ ମୌସୁମୀ ବାୟୁ ଠିକ ସମୟରେ କେରଳରେ ପହଞ୍ଚିନଥିଲା। ସେହପିରି ୨୦୧୫, ୨୦୧୬ ,ବଂ ୨୦୧୯ରେ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ବାହୁ ଭାରତ ଛୁଇଁଥିଲା ।
Comments are closed.