ଭୁବନେଶ୍ୱର: ଜୁଲାଇ ୨୨: ୨୪ ଘଂଟାରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ଦିନକରେ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ରାଜ୍ୟରେ ଗୋଟିଏ ଦିନରେ ଏ ପର୍ଯ୍ୟନ୍ତ ସର୍ବାଧିକ ୭୫୫ ଜଣ ଚିହ୍ନଟ ହେଇଥିଲେ I
ତେବେ, ଏହି ୧୦୭୮ ଆକ୍ରାନ୍ତଙ୍କୁ ମିଶାଇ, ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଂଚିଛି I
୧୦୭୮ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ, ଗଂଜାମ ର ୩୭୧ ଜଣ, ଖୋର୍ଦ୍ଧା ର ୧୨୧ ଜଣ, ରାୟଗଡା ର ୯୬ ଜଣ, ମାଲକାନଗିରି ର ୬୬ ଜଣ, କଟକ ର ୫୭ ଜଣ, ଜଗତସିଂହପୁର ର ୩୫ ଜଣ, ଝାରସୁଗୁଡା ର ୩୪ ଜଣ, ସୁନ୍ଦରଗଡ ର ୨୯ ଜଣ, ପୁରୀ ର ୨୮ ଜଣ, ବରଗଡ ର ୨୬ ଜଣ, କେନ୍ଦ୍ରାପଡ଼ା ଓ ଗଜପତି ର ୨୪ ଜଣ ଲେଖାଏଁ, ଯାଜପୁର ଓ ସମ୍ବଲପୁର ର ୨୦ ଜଣ ଲେଖାଏଁ, ନବରଙ୍ଗପୁର ର ୧୭ ଜଣ, କେନ୍ଦୁଝର ର ୧୬ ଜଣ, କୋରାପୁଟ ଓ କଳାହାଣ୍ଡି ର ୧୫ ଜଣ ଲେଖାଏଁ, ମୟୁରଭଞ୍ଜ ଓ କନ୍ଧମାଳ ର ୧୩ ଜଣ ଲେଖାଏଁ, ସୋନପୁର ଓ ବାଲେଶ୍ୱର ର ୧୦ ଜଣ ଲେଖାଏଁ, ନୟାଗଡ ର ୫ ଜଣ, ବଲାଙ୍ଗୀର ର ୬ ଜଣ, ବୌଦ ର ୩ ଜଣ, ଢେଙ୍କାନାଳ ର ୨ ଜଣ ଏବଂ ଅନୁଗୁଳ ଓ ଭଦ୍ରକ ର ଜଣେ ଲେଖାଏଁ ବ୍ୟକ୍ତି ଅଛନ୍ତି I
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାଇ, ୧୦୭୮ ଙ୍କ ମଧ୍ୟରେ, ୩୫୭ ଟି କେବଳ local contact case ଏବଂ ବାକି ୭୨୧ ଜଣ Quarantine ରେ ଥିଲେ I
୨୪ ଘଂଟାରେ ୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I ସେଥିରୁ, ଗଂଜାମ ଜିଲ୍ଲାରୁ ୨ ଜଣ ଥିବା ବେଳେ, ଗଜପତି, ନୟାଗଡ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି I
ଅଜୁ ସୁଦ୍ଧା ରାଜ୍ୟରେ କରୋନାରେ ମୋଟ ୧୦୮ ଜଣଙ୍କର ମୃତ୍ୟୁ ହେଇଛି I
Comments are closed.