ଭୁବନେଶ୍ୱର: ଜୁଲାଇ ୨୧: ମଙ୍ଗଳବାର ଦିନ ରାଜ୍ୟରେ ୪୦୦ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୩ ହଜାର ୩୧୦ ଜଣ ସୁସ୍ଥ ହେଇସାରିଲେଣି I
ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ଗଂଜାମ ର ୧୩୭ ଜଣ, କଟକ ର ୫୮ ଜଣ, ଖୋର୍ଦ୍ଧା ର ୪୬ ଜଣ, କୋରାପୁଟ ର ୪୧ ଜଣ, ଯାଜପୁର ର ୩୭ ଜଣ, କେନ୍ଦୁଝର ର ୧୪ ଜଣ, କେନ୍ଦ୍ରାପଡ଼ା ର ୧୦ ଜଣ, ମୟୁରଭଞ୍ଜ ର ୯ ଜଣ, ନୟାଗଡ ଓ ସୁନ୍ଦରଗଡ ର ୭ ଜଣ ଲେଖାଏଁ, ବରଗଡ, ଜଗତସିଂହପୁର ଓ ସୋନପୁର ର ୫ ଜଣ ଲେଖାଏଁ,ଅନୁଗୁଳ,କଳାହାଣ୍ଡି ଓ ପୁରୀ ର ୪ ଜଣ ଲେଖାଏଁ, ବୌଦ ର ୩ ଜଣ, ଭଦ୍ରକ ର ୨ ଜଣ ଏବଂ ରାୟଗଡା ଓ ସମ୍ବଲପୁର ର ଜଣେ ଲେଖାଏଁ ଅଛନ୍ତି I
ଓଡ଼ିଶାରେ ମୋଟ ୧୮ ହଜାର ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୧୩,୩୧୦ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ, ୫ ହଜାର ୩୧୪ ଜଣ ଚିକିତ୍ସାଧୀନ ଅଛନ୍ତି I
Comments are closed.