ଓଡ଼ିଶାରେ ଦିନକରେ ୨୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦୈନିକ ପଜିଟିଭିଟି ହାର ୨.୮୫ ପ୍ରତିଶତ
ଓଡ଼ିଶାରେ କରୋନା ରେ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ମୃତ
ଭୁବନେଶ୍ୱର: ଜୁଲାଇ ୧୮: ରାଜ୍ୟରେ ଗତକାଲି ୨,୧୮୨ ଜଣ କରୋନା ରେ ଆକ୍ରାନ୍ତ ହେଇଥିବା ବେଳେ ଆଜି ୨,୨୧୫ ଜଣ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ ଦୈନିକ ୨୦୦୦ ରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହେଉଥିବା ନଜର କୁ ଆସୁଛି I
ତେବେ ଦୈନିକ ସଂକ୍ରମଣ ହାର କାମୁଛି I ଆଜି ଏହା ୨.୮୫ ପ୍ରତିଶତ ରହିଛି I ଅଧିକସଂଖ୍ୟାର ଟେଷ୍ଟ ହେବା ଫଳରେ ଅଧିକ ସଂଖ୍ୟା ପଜିଟିଭ କେଶ ସାମ୍ନା କୁ ଆସୁଛି I ୨୪ ଘଂଟାରେ ୭୭୫୧୯ ଟି ସାମ୍ପୁଲ ଟେଷ୍ଟ କରାଯାଇଛି I
ନୂଆ ସଂକ୍ରମିତ ୨୨୧୫ ଜଣଙ୍କ ମଧ୍ୟରୁ, ୧,୨୭୨ ଜଣ ସାଙ୍ଗରୋଧ ରେ ଥିଲେ ଏବଂ ବାକି ୯୭୩ ଟି ଲୋକାଲ କେଶ I
ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯,୫୪,୩୨୬ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ, ଗତ କାଲି ୨୪୦୦ ରୋଗୀ କରୋନା ରୁ ସୁସ୍ଥ ହେଇଥିଲେ I ଏବେ ରାଜ୍ୟରେ ସୁସ୍ଥ ହେଇଥିବା ଲୋକଙ୍କ ସଂଖ୍ୟା ୯,୨୭,୯୧୬ ରେ ପହଂଚିଛି I
ସକ୍ରିୟ ରୋଗୀ ଙ୍କ ସଂଖ୍ୟା ୨୧,୨୮୯ କୁ ହ୍ରାସ ପାଇଛି I
୬୬ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କୋରାନା ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୫ହଜାର ୫୮କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧା ରେ ୨୪ ଘଂଟାରେ ସର୍ବାଧିକ ୪୮୩ ଜଣ ସଂକ୍ରମିତ ହେଇଥିବା ବେଳେ, ଦ୍ଵିତୀୟ ସ୍ଥାନରେ କଟକ ରହିଛି। କଟକରେ ୩୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ବୌଦ୍ଧରେ ୧୬, ଦେଓଗଡ଼ରେ ୧, ଢେଙ୍କାନାଳରେ ୫୪, ଜଗପତିରେ ୧୭, ଗଞ୍ଜାମରେ ୧୨, ଜଗତସିହପୁରରେ ୧୨୬, ଯାଜପୁରରେ ୧୨୪, ଝାରସୁଗୁଡାରେ ୧୦, କଳାହାଣ୍ଡିରେ ୫, କନ୍ଧମାଳରେ 14, କେନ୍ଦ୍ରାପଡ଼ା ରେ ୯୫, କେନ୍ଦୁଝରରେ ୪୨, କୋରାପୁଟରେ ୧୦, ମାଲକାନଗିରିରେ ୨୫, ମୟୂରଭଞ୍ଜରେ ୯୯, ନବରଙ୍ଗପୁର ରେ ୪, ନୟାଗଡରେ ୬୯, ନୂଆପଡ଼ାରେ ୫, ପୁରୀରେ ୮୪, ରାୟଗଡ଼ାରେ ୨୯, ସମ୍ବଲପୁରରେ ୪୧, ସୋନପୁରରେ ୧୦, ସୁନ୍ଦରଗଡ଼ରେ ୪୩ ଏବଂ ଷ୍ଟେଟ୍ ପୁଲ ରେ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହେଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ର ସୂଚନାରୁ ଜଣାପଡିଛି I
Comments are closed.