ଭୁବନେଶ୍ୱର: ଅଗଷ୍ଟ ୩: ଓଡ଼ିଶାରେ ୨୪ ଘଂଟାରେ ୧୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୮୭୩ ଟି Quarantine Case ଥିବା ବେଳେ ୫୧୧ ଟି Local Contact Case ଅଛି I ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ, ଅନୁଗୁଳ ରୁ ୧୩ ଜଣ, ବାଲେଶ୍ୱର ରୁ ୭୯ ଜଣ, ବରଗଡ ରୁ ୩୩ ଜଣ, ଭଦ୍ରକ ରୁ ୨୫ ଜଣ, ବଲାଙ୍ଗୀର ରୁ ୫୧ ଜଣ, କଟକ ରୁ ୮୯ ଜଣ, ଢେଙ୍କାନାଳ ରୁ ୧୧ ଜଣ, ଗଜପତି ରୁ ୬୧ ଜଣ, ଗଂଜାମ ରୁ ୩୩୧ ଜଣ, ଜଗତସିଂହପୁର ରୁ ୨୨ ଜଣ, ଯାଜପୁର ରୁ ୧୮ ଜଣ, ଝାରସୁଗୁଡା ରୁ ୭ ଜଣ, କଳାହାଣ୍ଡି ରୁ ୪ ଜଣ, କେନ୍ଦ୍ରାପଡ଼ା ରୁ ୧୧ ଜଣ, ଖୋର୍ଦ୍ଧା ରୁ ୨୧୧ ଜଣ, କୋରାପୁଟ ରୁ ୯୭ ଜଣ, ମାଲକାନଗିରି ରୁ ୩୯ ଜଣ, ମୟୁରଭଞ୍ଜ ରୁ ୨୯ ଜଣ, ନବରଙ୍ଗପୁର ରୁ ୨୬ ଜଣ, ନୟାଗଡ ରୁ ୨୨ ଜଣ, ନୂଆପଡା ରୁ ୫ ଜଣ, ପୁରୀ ରୁ ୧୭ ଜଣ, ରାୟଗଡା ରୁ ୩୮ ଜଣ, ସମ୍ବଲପୁର ରୁ ୯୩ ଜଣ,ସୋନପୁର ରୁ ୬ ଜଣ ଏବଂ ସୁନ୍ଦରଗଡ ରୁ ୪୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I
୨୪ ଘଂଟାରେ ରାଜ୍ୟରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ସେଥିରୁ, ଗଂଜାମ ଓ ରାୟଗଡା ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଇଥିବା ବେଳେ, ଗଜପତି ରୁ ୨ ଜଣ ଏବଂ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଂକର ମୃତ୍ୟୁ ହେଇଛି I ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୭ କୁ ବୃଦ୍ଧି ପାଇଛି I
ରାଜ୍ୟରେ ଏ ପର୍ଯ୍ୟନ୍ତ ୨୧ ହଜାର ୯୫୫ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି ଏବଂ ଏବେ ୧୪ ହଜାର ୯୪ ଜଣ ଚିକିତ୍ସାଧୀନ ଅଛନ୍ତି I
Comments are closed.