ଭୁବନେଶ୍ୱର: ଅଗଷ୍ଟ ୯: ଓଡ଼ିଶାରେ ୨୪ ଘଣ୍ଟାରେ ୧୩ ଜଣ କରୋନା ରୋଗୀ ଙ୍କର ମୃତ୍ୟୁ ହେଇଛି । ଗଂଜାମ ରୁ ୬ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ କୋରାପୁଟ ରୁ ୨ ଜଣ ଏବଂ ଭୁବନେଶ୍ୱର , ଖୋର୍ଦ୍ଧା , ବାଲେଶ୍ୱର , ବରଗଡ ଓ ନୟାଗଡ ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨ କୁ ବୃଦ୍ଧି ପାଇଛି । ଗଂଜାମ ରୁ ଏ ପର୍ଯ୍ୟନ୍ତ ସର୍ବାଧିକ ୧୩୧ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଖୋର୍ଦ୍ଧା ରୁ ୩୫ ଜଣ , ସୁନ୍ଦରଗଡ ରୁ ୧୭ ଜଣ ,ଗଜପତି ରୁ ୧୬ ଜଣ ଏବଂ ରାୟଗଡା ରୁ ୧୦ ଜଣଙ୍କର ମୃତ୍ୟୁ ହେଇଛି ।
ଆଜି ପୁରୀ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତଂକର ଅନ୍ୟ କାରଣ ରୁ ମୃତ୍ୟୁ ହେଇଛି । ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୪୯ ଜଣ କରୋନା ଆକ୍ରାନ୍ତ ଙ୍କର ଅନ୍ୟ କାରଣ ରୁ ବା ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ହେଇଛି ।
Comments are closed.