ଭୁବନେଶ୍ୱର: ଜୁଲାଇ ୩୧: ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୯୯ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୯୧୪ ଟି Quarantine Case ଥିବାବେଳେ ୫୮୫ ଟି Local Contact Case ଅଛି I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୧,୮୭୭ କୁ ବୃଦ୍ଧି ପାଇଛି I
ଗଂଜାମ ଜିଲ୍ଲାରେ ସର୍ବାଧିକ ୩୬୮ ଟି କେଶ ଚିହ୍ନଟ ହେଇଥିବା ବେଳେ , ଖୋର୍ଦ୍ଧା ରେ ୨୧୪ ଜଣ , ଗଜପତି ରେ ୯୭ ଜଣ , ଢେଙ୍କାନାଳ ରେ ୯୨ ଜଣ, କୋରାପୁଟ ରେ ୮୧ଜଣ , ସୁନ୍ଦରଗଡ ରେ ୭୫ ଜଣ , ନୟାଗଡ ରେ ୬୭ ଜଣ , ସମ୍ବଲପୁର ରେ ୫୬ ଜଣ , କନ୍ଧମାଳ ରେ ୫୦ ଜଣ , କଳାହାଣ୍ଡି ରେ ୪୪ ଜଣ , ରାୟଗଡା ରେ ୪୦ ଜଣ , ବାଲେଶ୍ୱର ରେ ୩୭ ଜଣ , ପୁରୀ ରେ ୩୬ ଜଣ , ନବରଙ୍ଗପୁର ରେ ୩୩ ଜଣ , କଟକ ରେ ୨୮ ଜଣ , ମାଲକାନଗିରି ରେ ୨୬ ଜଣ , ଅନୁଗୁଳ ରେ ୨୫ ଜଣ , ବଲାଙ୍ଗୀର ଓ ଯାଜପୁର ରୁ ୧୯ ଜଣ ଲେଖାଏଁ, କେନ୍ଦୁଝର ରୁ ୧୬ ଜଣ, ମୟୁରଭଞ୍ଜ ରେ ୧୩ ଜଣ, ବରଗଡ ରେ ୧୦ ଜଣ, ନୂଆପଡା ରେ ୯ ଜଣ, ଝାରସୁଗୁଡା ରେ ୭ ଜଣ, ସୋନପୁର ରେ ୫ ଜଣ, ଦେଓଗଡ ରେ ୨ ଜଣ ଏବଂ ଭଦ୍ରକ ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
୨୪ ଘଂଟାରେ ରାଜ୍ୟରେ ୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ମୃତକ ଙ୍କ ମଧ୍ୟରେ ଗଂଜାମ ଜିଲ୍ଲାର ୪ ଜଣ ଥିବାବେଳେ, ଖୋର୍ଦ୍ଧା, ନୟାଗଡ, ଗଜପତି ଓ ସୁନ୍ଦରଗଡ ର ଜଣେ ଲେଖାଏଁ ଅଛନ୍ତି I
Comments are closed.