ଓଡ଼ିଶାରେ ୨୪ ଘଂଟାରେ ୨,୬୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୨୦: ଓଡ଼ିଶାରେ ଗୋଟିଏ ଦିନରେ ୨,୬୯୮ ଜଣ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ୨,୬୯୮ ଟି ନୂଆ କେଶ ମଧ୍ୟରେ ୧୬୭୫ ଟି Quarantine Case ଥିବା ବେଳେ, ୧୦୧୩ ଟି Local Contact case ଅଛି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୨୪ ଘଂଟାରେ ୪୭୫ ଟି ନୂଆ କେଶ ଚିହ୍ନଟ ହେଇଛି I ଗଂଜାମ ଜିଲ୍ଲାରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ରାୟଗଡା ରୁ ୧୫୪, କୋରାପୁଟ ରୁ ୧୪୬, ମୟୁରଭଞ୍ଜ ରୁ ୧୨୮, ସୁନ୍ଦରଗଡ ରୁ ୧୦୩, ବାଲେଶ୍ୱର ରୁ ୧୦୨, ନୟାଗଡ ରୁ ୯୪, ନବରଙ୍ଗପୁର ରୁ ୯୧, ଭଦ୍ରକ ଓ କେନ୍ଦ୍ରାପଡ଼ା ରୁ ୮୯ ଜଣ ଲେଖାଁଏ, ପୁରୀ ରୁ ୮୭, କନ୍ଧମାଳ ଓ ମାଲକାନଗିରି ରୁ ୮୧ ଜଣ ଲେଖାଁଏ, ଯାଜପୁର ରୁ ୮୦, ସମ୍ବଲପୁର ରୁ ୭୮, ଝାରସୁଗୁଡା ରୁ ୭୨, ବଲାଙ୍ଗୀର ରୁ ୭୧, ଗଜପତି ରୁ ୫୮, ବରଗଡ ରୁ ୫୬, କଳାହାଣ୍ଡି ରୁ ୪୯, ସୋନପୁର ରୁ ୩୧, ଅନୁଗୁଳ ରୁ ୨୯, ଢେଙ୍କାନାଳ ରୁ ୨୭, କେନ୍ଦୁଝର ଓ ଜଗତସିଂହପୁର ରୁ ୨୧ ଜଣ ଲେଖାଁଏ , ବୌଦ ରୁ ୧୧ ଜଣ, ନୂଆପଡା ରୁ ୩ ଜଣ ଏବଂ ଦେଓଗଡ ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଏହାକୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ କୁ ବୃଦ୍ଧି ପାଇଛି I ସେଥିମଧ୍ୟରୁ, ୪୮, ୫୭୭ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ, ୨୩,୬୯୮ ଜଣ ଚିକିତ୍ସାଧୀନ ଅଛନ୍ତି I
ଚିହ୍ନଟ ହେଇଛନ୍ତି

Comments are closed.