ଭୁବନେଶ୍ୱର: ଜୁନ ୧୫: ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି ଓଡ଼ିଶାରେ I କନ୍ଧମାଳ ଜିଲ୍ଲାରୁ ସର୍ବାଧିକ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଖୋର୍ଦ୍ଧା ରୁ ୭ ଜଣ, ନୟାଗଡ ରୁ ୪ ଜଣ, ଝାରସୁଗୁଡା ରୁ ଜଣେ, ରାୟଗଡା ରୁ ୫ ଜଣ, କଟକ ରୁ ୧୯ ଜଣ, ଜଗତସିଂହପୁର ରୁ ୪ ଜଣ, ବାଲେଶ୍ୱର ରୁ ୮ ଜଣ, ଢେଙ୍କାନାଳ ରୁ ଜଣେ, ଅନୁଗୁଳ ରୁ ୬ ଜଣ, ଗଂଜାମ ରୁ ୮ ଜଣ, ସୋନପୁର ରୁ ୨ ଜଣ, ଭଦ୍ରକ ରୁ ୧୯ ଜଣ, ସମ୍ବଲପୁର ରୁ ଜଣେ ଏବଂ ସୁନ୍ଦରଗଡ ରୁ ୪ ଜଣ ଚିହ୍ନଟ ହେଇଛନ୍ତି I
ଅଃମ୍ପନ ଡିଉଟି ରେ ପଶ୍ଚିମବଙ୍ଗ ଯାଇ ଫେରିଥିବା ଅଗ୍ନିଶମ ବିଭାଗ ର ୯ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହେଇଛନ୍ତି I
ସୂଚନା ଓ ଲୋକସମ୍ପର୍କ ବିଭାଗ ର ସୂଚନା ଅନୁସାରେ, ୧୪୬ ଜଣଙ୍କ ମଧ୍ୟରୁ ୧୨୮ ଜଣ ସଙ୍ଗରୋଧ କେନ୍ଦ୍ର ଗୁଡିକ ରୁ ଚିହ୍ନଟ ହେଇଛନ୍ତି ଏବଂ ବାକି ୧୮ ଜଣ ସ୍ଥାନୀୟ ସମ୍ପର୍କ ରୁ ସଂକ୍ରମିତ ହେଇଛନ୍ତି I
ଏହି ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ଓଡ଼ିଶାରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୦୫୫ ରେ ପହଂଚିଛି I
ଏ ପର୍ଯ୍ୟନ୍ତ ୨୭୦୮ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ୧୩୩୩ ଜଣ ବିଭିନ୍ନ କୋବିଦ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି I
Comments are closed.