ଓଡ଼ିଶାରେ ୫୯୧ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧

ଭୁବନେଶ୍ୱର: ଜୁଲାଇ ୧୮: ରାଜ୍ୟରେ ୨୪ ଘଂଟାରେ ୫୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ ଶତକଡା ୫୦ ଭାଗ ଆକ୍ରାନ୍ତ କେବଳ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାରୁ ବାହାରିଛନ୍ତି I
ସର୍ବାଧିକ ୧୮୨ ଜଣ କରୋନା ଆକ୍ରାନ୍ତ ଗଂଜାମ ଜିଲ୍ଲାରୁ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୨୧, କଟକ ରୁ ୩୮, ବରଗଡ ରୁ ୩୫, ମୟୁରଭଞ୍ଜ,ନବରଙ୍ଗପୁର ଓ ଜଗତସିଂହପୁର ରୁ ୨୨ ଜଣ ଲେଖାଏଁ, ସମ୍ବଲପୁର ରୁ ୨୦ ଜଣ, ଯାଜପୁର ରୁ ୧୯ ଜଣ, ସୁନ୍ଦରଗଡ ରୁ ୧୮ ଜଣ, ବାଲେଶ୍ୱର ରୁ ୧୩ ଜଣ, ନୟାଗଡ ରୁ ୧୧ ଜଣ, ଢେଙ୍କାନାଳ ଓ ବଲାଙ୍ଗୀର ରୁ ୯ ଜଣ ଲେଖାଏଁ, ମାଲକାନଗିରି ଓ କେନ୍ଦ୍ରାପଡ଼ା ରୁ ୮ ଜଣ ଲେଖାଏଁ, ପୁରୀ ଓ କେନ୍ଦୁଝର ରୁ ୬ ଜଣ ଲେଖାଏଁ, ବୌଦ ଓ ଝାରସୁଗୁଡା ରୁ ୫ ଜଣ ଲେଖାଏଁ, କୋରାପୁଟ ରୁ ୪ ଜଣ, ଭଦ୍ରକ ଓ ଦେଓଗଡ ରୁ ୩ ଜଣ ଲେଖାଏଁ, ରାୟଗଡା ରୁ ଜଣେ ଏବଂ ଅନୁଗୁଳ ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ୫୯୧ ଜଣଙ୍କ ମଧ୍ୟରୁ, ୩୯୪ ଜଣ Quarantine ରେ ଥିଲେ ଏବଂ ୧୯୭ ଜଣ local contact case I
ତେବେ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬,୭୦୧ରେ ପହଂଚିଛି I
ସେହିପରି ଓଡ଼ିଶାରେ ୨୪ ଘଂଟାରେ ୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଇଛି I ଏହି ତିନି ଜଣଙ୍କ ମଧ୍ୟରୁ ଗଂଜାମ ର ଦୁଇ ଜଣ ଏବଂ ଗଜପତି ର ଜଣେ ଅଛନ୍ତି I ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୮୬ ଜଣଙ୍କର ମୃତ୍ୟୁ ହେଇସାରିଲାଣି I

Comments are closed.