ଭୁବନେଶ୍ୱର: ଜୁଲାଇ ୧୯ : ଓଡ଼ିଶାରେ ୨୪ ଘଂଟାରେ ୫ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ଘଟିଛି I ଏହାକୁ ମିଶାଇ, ମୋଟ ମୃତ୍ୟୁ ସଂଖ୍ୟା ୯୧ ରେ ପହଂଚିଛି I ମୃତ୍ୟୁବରଣ କରିଥିବା ୫ ଜଣ ଙ୍କ ମଧ୍ୟରେ, ୩ ଜଣ ଗଂଜାମ ଜିଲ୍ଲାର ହେଇଥିବା ବେଳେ, ଜଣେ ଜଗତସିଂହପୁର ଏବଂ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ଅଟନ୍ତି I ଗଂଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ବୟଷ ଯଥାକ୍ରମେ ୭୦, ୪୪ ଏବଂ ୩୯ ବର୍ଷ I ୩୯ ଜଣ ବୟସ୍କ ବ୍ୟକ୍ତି ଜଣଙ୍କ ମଧୁମେହ ରୋଗରେ ପୀଡିତ ଥିଲେ I
ଜଗତସିଂହପୁର ଜିଲ୍ଲାର ବ୍ୟକ୍ତି ଜଣଙ୍କ ବୟଷ ୬୭ ବର୍ଷ ଓ ସେ ମଧୁମେହ ରୋଗରେ ପୀଡିତ ଥିଲେ ବୋଲି ଜଣାଯାଇଛି I
ସୁନ୍ଦରଗଡ ରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟଷ ୬୫ ବର୍ଷ ଏବଂ ସେ ମଧୁମେହ ଓ Bronchitis ରୋଗରେ ପୀଡିତ ଥିଲେ I
ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୪ ଜଣଙ୍କର ମୃତ୍ୟୁ ହେଇଛି I
ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁସାରେ, ଆଜି ଆଉ ୨ ଜଣ କରୋନା ଆକ୍ରାନ୍ତଂକର ଅନ୍ୟ କାରଣ ରୁ ମୃତ୍ୟୁ ହେଇଛି I ସେମାନଙ୍କ ମଧ୍ୟରୁ ଜଣେ ଗଂଜାମ ଜିଲ୍ଲାର ଏବଂ ଆଉ ଜଣେ ଭୁବନେଶ୍ୱର ର ବୋଲି ଜଣାପଡିଛି I
Regret to inform the demise of 5 Covid positive patients while under treatment in hospitals.
1. A 70-year old female of Ganjam district.
2. A 67-year old Male of Jagatsinghpur district who was also suffering from Diabetes.
3. A 44-year old Male of Ganjam district.
— H & FW Dept Odisha (@HFWOdisha) July 19, 2020
Comments are closed.