ଓଡିଶାରେ ଆଜି ପୁଣି ୬୨ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା ୪୯୭ ହେଲା

ଭୁବନେଶ୍ୱର: ମେ ୨୩: ଆଜି ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଓଡ଼ିଶାରେ ଏ ପର୍ଯ୍ୟନ୍ତ ୪୯୭ ଜଣ ସୁସ୍ଥ ହେଲେଣି l ଓଡ଼ିଶାରେ ଚିକିତ୍ସିତ ହେଉଥିବା ମହାରାଷ୍ଟ୍ର ର ଜଣେ ଆକ୍ରାନ୍ତ ମଧ୍ୟ ସୁସ୍ଥ ହେଇଛନ୍ତି l
ଆଜି ଗଂଜାମ ଜିଲ୍ଲା ର ୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ, ବାଲେଶ୍ୱର ର ୧୫ ଜଣ, ରାଉରକେଲା ର ୨ ଜଣ ଏବଂ ଭଦ୍ରକ, ମୟୁରଭଞ୍ଜ, ଯାଜପୁର ଓ ମହାରାଷ୍ଟ୍ର ର ଜଣେ ଲେଖାଏ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l
ଓଡିଶା ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଅନୁସାରେ, ୪୯୭ ଜଣ ସୁସ୍ଥ ହେବାପରେ, ରାଜ୍ୟରେ ଏବେ ଆଉ ୭୬୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି l

Comments are closed.