ଓଡିଶା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫୦ ଟପିଲା

ଭୁବନେଶ୍ୱର: ଜୁଲାଇ ୯: ଓଡ଼ିଶାରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ୪ ଜଣଙ୍କ ମଧ୍ୟରୁ ୩ ଜଣ ଗଂଜାମ ର ହେଇଥିବାବେଳେ ଜଣେ ଭଦ୍ରକ ଜିଲ୍ଲାର I ଗଂଜାମ ଜିଲ୍ଲା ରୁ ମୃତ୍ୟୁବରଣ କରିଥିବା ୩ ଜଣ କରୋନା ରୋଗୀଙ୍କ ବୟଷ ୬୫ ବର୍ଷ, ୫୮ ବର୍ଷ ଏବଂ ୬୩ ବର୍ଷ I ଭଦ୍ରକ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟଷ ୫୮ ବର୍ଷ I
ଏହାକୁ ମିଶାଇ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୫୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି I
ଏହା ସହିତ, କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ସେମାନଙ୍କର ମୃତ୍ୟୁ କରୋନା କାରଣରୁ ନୁହେଁ, ଅନ୍ୟ ରୋଗ ପାଇଁ ହେଇଛି I

Comments are closed.