ଓଡ଼ିଶାକୁ ଫେରିଲେଣି ୭୬,୨୩୪ ପ୍ରବାସୀ କେବଳ ମଙ୍ଗଳବାର ୮,୭୬୧ ପ୍ରବାସୀ

By Papu Mohanty

ଭୁବନେଶ୍ୱର(ସବୁ୍ୟ): May 12: ବର୍ତ୍ତମାନସୁଦ୍ଧା ବାହାର ରାଜ୍ୟରୁ ଟ୍ରେନ୍‌ ଓ ବସ୍‌ ଯୋଗେ ଓଡ଼ିଶାକୁ ୭୬,୨୩୪ପ୍ରବାସୀ ଫେରିଛନ୍ତି । ଏହି ସୂଚନା ଦେଇଥିଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।
ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ସାମ୍ବାଦିକଙ୍କୁ ଶ୍ରୀ ବାଗଚୀ କହିଥିଲେ, ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଇ ଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି । ମଙ୍ଗଳବାର ୮୭୬୧ ଜଣ ପ୍ରବାସୀ ଓଡ଼ିଶାରେ ପହଞ୍ଚିଛନ୍ତି । ଏପର୍ଯ୍ୟନ୍ତ ବାହାର ରାଜ୍ୟଗୁରୁ ଓଡ଼ିଶାକୁ ୭୬,୨୩୪ ଜଣ ଫେରିଲେଣି । ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି । ଏମାନେ ଆସିବା ପରେ ସଂପୃକ୍ତ ଜିଲ୍ଲାରେ ହୋଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୪ ଦିନ ବଦଳରେ ୨୧ ଦିନ ଏବଂ ହୋମ କ୍ୱାରାଣ୍ଟାଇନରେ ୭ ଦିନ ରହିବେ । ଏହି ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ୬୭୯୮ ଗ୍ରାମ ପଞ୍ଚାୟତରେ ୧୪,୬୪୭ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୫,୮୨,୯୪୧ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ମଙ୍ଗଳବାର ରାଜ୍ୟର ୪୮୨୩ ଗ୍ରାମ ପଞ୍ଚାୟତରେ ୩,୧୭,୧୦୫ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେହିପରି ୧୧୪ ଟି ପୌରାଞ୍ଚଳରେ ୩୫,୭୮୪ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ।
ଶ୍ରୀ ବାଗଚୀ କହିଥିଲେ, ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୧୧ରୁ ମଇ ୧୨ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୮ଟି ମାମଲା ଦାୟର କରାଯାଇଛି । ସେଥିରୁ ୧୫ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ୨ଟି ହୋମ୍‌ କ୍ୱାରାଣ୍ଟାଇନ୍‌ ଉଲ୍ଲଂଘନ ଏବଂ ୧ଟି ଅନ୍ୟାନ୍ୟ କାର ଣ ପାଇଁ ଅଟେ । ବିଭ ନ୍ନି ଅଭିଯୋଗରେ ୩୫ ଜଣଙ୍କୁ ଗିର ଫ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ ।

Comments are closed.