କରଣଙ୍କ ରାଗ

0

ନିକଟରେ ଫିଲ୍ମମେକର କରଣ ଜୋହର ଅଭିନେତା ଅହାନ ପାଣ୍ଡେଙ୍କର ଖୁବ ପ୍ରଶଂସା କରି ଏକ ପୋଷ୍ଟ ସେୟାର କରିଥିଲେ । ହେଲେ ଏହି ପୋଷ୍ଟ ସେୟାର କରିବା ପରେ କରଣଙ୍କ ଉପରେ ଟ୍ରୋଲରଙ୍କର ସମାଲୋଚନା ଦେଖିବାକୁ ମିଳିଛି । ସମସ୍ତେ କରଣଙ୍କୁ ଟ୍ରୋଲ କରୁଥିବାର ଦେଖିବାକୁ ମିଳୁଛି । ସମସ୍ତେ ତାଙ୍କୁ ନେପୋକିଡ୍‌ଙ୍କର ଦାଇଜାନ୍‌ ବୋଲି ଆଖ୍ୟ ଦେଇଛନ୍ତି । ତେବେ ଏହାକୁ କରଣ ଜୋହର ନିନ୍ଦା କରୁଥିବାର ଦେଖିବାକୁ ମିଳିଛି । ସେ ତାଙ୍କ ଟ୍ରୋଲରଙ୍କୁ ଘରେ ଚୁପଚାପ ବସିବାକୁ ପରାମର୍ଶ ଦେଇଛନ୍ତି । ନିଜ ପିଲାଙ୍କୁ ଭଲ ଶିକ୍ଷା ଦିଅ ଏବଂ ନିଜେ କିଛି କାମ କର ବୋଲି କରଣ ଜୋହର ମତ ଦେଇଛନ୍ତି ।

Leave A Reply

Your email address will not be published.