ଭୁବନେଶ୍ୱର: ଅଗଷ୍ଟ ୨୩ : ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୬୩ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଆଜି ୪୪,୧୫୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଦେଶରେ ମୋଟ ୩କୋଟି ୧୬ ଲକ୍ଷ ୮୦ ହଜାର ୬୨୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୧୨,୯୫,୧୬୦ ଜଣଙ୍କର ସ୍ୱାବ ଟେଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୫,୦୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହ ବର୍ତ୍ତମାନ ଦେଶରେ ସକ୍ରିୟ କରୋନା ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୩ ହଜାର ୯୨୪ ରହିଛି । ଆଜି ୩୮୯ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୪ ହଜାର ୭୫୬ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୧.୯୧ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୧.୯୪ ପ୍ରତିଶତ ରହିଛି । ଦେଶରେ ମୋଟ ୫୮ କୋଟି ୨୫ ଲକ୍ଷ ୪୯ ହଜାର ୫୯୫ ଜଣ ଲୋକ କରୋନା ଟିକା ନେଇସାରିଲେଣି ।
Comments are closed.