ଭୁବନେଶ୍ୱର: ଅଗଷ୍ଟ ୩: ଟିକାକରଣ ଫଳରେ ରାଜ୍ୟବାସୀଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି । ଯାହା ଫଳର କୋଭିଡ ଭୂତାଣୁ ଦୁର୍ବଳ ହେବାରେ ଲାଗିଛି । ଓଡ଼ିଶାରେ ଅନେକ ପ୍ରକାର ସଂକ୍ରମଣ ସତ୍ତେ୍ୱ ଡେଲଟା ଭାରିଆଣ୍ଟର ପ୍ରଭାବ କମିପାରେ । ଚଳିତ ମାସ ଅଗଷ୍ଟରେ ଦେଶକୁ କରୋନାର ତୃତୀୟ ଲହର ଆସିପାରେ । ଯଦିଓ ଆଗାମୀ ସେପେଫମ୍ବର-ଅକେଫାବର ମାସରେ ଦେଶରେ କରୋନ ତୃତୀୟ ଲହର ଶିଖରରେ ପହଞ୍ଚିପାରେ ବୋଲି ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି କହିଛନ୍ତି । ଏଣୁ କରୋନାର ତୃତୀୟ ଲହର ଆଶଙ୍କାକୁ ନେଇ ରାଜ୍ୟବାସୀ ଆତଙ୍କିତ ନହେବାକୁ ସେ କହିଛନ୍ତି । ଏବେ କେରଳ ଓ ମହାରାଷ୍ଟ୍ରରେ କରୋନା ଗ୍ରାଫ୍ ସର୍ବାଧିକ ରହୁଛି । ଏହା ତୃତୀୟ ଲହରର ସଙ୍କେତ ମଧ୍ୟ ହୋଇପାରେ । ତୃତୀୟ ଲହରରେ ପିଲାମାନଙ୍କ ପ୍ରତି ବେଶୀ ବିପଦ ରହିଛି । ଏହାର ମୁକାବିଲା କରିବା ପାଇଁ ମେଡିକାଲରେ ପର୍ଯ୍ୟାପ୍ତ ପରିମାଣରେ ବେଡ୍ ବୃଦ୍ଧି କରାଯାଇଛି ।
Comments are closed.