ଭୁବନେଶ୍ୱର : ଜୁଲାଇ ୧୧: ବିଧାନସଭାରେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜେଟିଭ ଚିହ୍ନଟ ହେବା ପରେ ବିଧାନସଭାକୁ ଶୁକ୍ରବାର ସଟ୍ଡାଉନ୍ ଘୋଷଣା କରାଯାଇଛି । ଏ ନେଇ ସମସ୍ତ ବୈଠକଗୁଡ଼ିକୁ ବାତିଲ କରାଯାଇଛି । ନୀଳଗିରି ବିଧାୟକ ପଜିଟିଭ୍ ଚିହ୍ନଟ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ମଧ୍ୟ ଦିଆଯାଇଛି । ଏବେ ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରାଯିବ । ଶନିବାର ଓ ରବିବାର ସଟ୍ଡାଉନ୍ ରହିଛି । ଏଣୁ ବିଧାନସଭା କୋଠା ସାନିଟାଇଜ୍ ହେବ । ସୋମବାର ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
Comments are closed.