ଭୁବନେଶ୍ୱର: ଜୁନ ୨୩: ଓଡ଼ିଶାରେ ଆଉ ଦୁଇ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହେଇଛି I ସୂଚନା ଅନୁଯାୟୀ, କଟକ ଜିଲ୍ଲାର ୭୧ ବର୍ଷ ବୟସ୍କ ଜଣେ ବ୍ୟକ୍ତି କରୋନା ରେ ସଂକ୍ରମିତ ହେବ ପରେ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି I ସେ ମଧୁମେହ ଏବଂ ଯକୃତ ଜନିତ ରୋଗରେ ପୀଡିତ ଥିଲେ I
କଟକ ଜିଲ୍ଲାର ଆଉ ଜଣେ ୫୩ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମଧ୍ୟ ଚିକିତ୍ସିତ ହେଉଥିବା ଅବସ୍ଥା ରେ ମୃତ୍ୟୁ ହେଇଛି I ସେ ମଧୁମେହ ରୋଗରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି I
ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି I
Regret to report demise of two Covid positive cases of Cuttack while under treatment in hospital.
One was a 71-year old Male who was also suffering from infected Diabetic Foot, Diabetes and Chronic Kidney Disease.
(1/2)— H & FW Dept Odisha (@HFWOdisha) June 23, 2020
The other was a 53-year old Male who was also suffering from diabetes.
(2/2)— H & FW Dept Odisha (@HFWOdisha) June 23, 2020
Comments are closed.