ଭୁବନେଶ୍ୱର : ମୂର୍ତ୍ତି ବିସର୍ଜନ ବେଳେ ପୁଣି ଅଘଟଣ । କୁଆଖାଇରେ ବୁଡ଼ି ଯାଇ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ବାଲିଅନ୍ତା ଥାନା ରଙ୍ଗ ବଜାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ମୃତକ ଦୁଇ ଜଣ ଭୁବନେଶ୍ୱରର ଏକ ଘରୋଇ ଟିଉସନର ଛାତ୍ର ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ, ଗତ ୨ ତାରିଖ ଦିନ ଥିଲା ସରସ୍ବତୀ ପୂଜା । ଟ୍ୟୁସନ ସାରଙ୍କ ସହ ୨ ଛାତ୍ର ମୂର୍ତ୍ତି ବିସର୍ଜନ କରିବାକୁ କୁଆଖାଇ ନଦୀକୁ ଯାଇଥିଲେ। ଏହି ସମୟରେ ଦୁଇ ଛାତ୍ର ନଦୀରେ ବୁଡ଼ି ଯାଇଥିଲେ । ଏହାପରେ ଦୁଇ ଜଣ ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତଦେହ ଘୋଷଣା କରିଛନ୍ତି । ମୃତକ ହେଉଛନ୍ତି ଗଙ୍ଗନଗରର ସିକୁନ ସେନାପତି ଓ କାଳିମନ୍ଦିର ବସ୍ତିର ଦିବ୍ୟଜ୍ୟୋତି ମହାଳିକ୍ । ଘଟଣାରେ ବାଲିଅନ୍ତା ପୋଲିସ ଛାନ୍ଭିନ୍ ଜାରି ରଖିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)