କୁକୁଡାଯୋଡି ଜଙ୍ଗଲରେ ହାତୀଙ୍କ ଉତ୍ପାତ, ବୃଦ୍ଧଙ୍କୁ ଦଳି ମାରିଦେଲେ

ବାରିପଦା, (ସବ୍ୟୁ) : ଜୁନ ୭:ବାରିପଦା ବନଖଣ୍ଡ ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜର କୁକୁଡାଯୋଡି ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବାପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ବୃଦ୍ଧଜଣଙ୍କ ହେଲେ କୁକୁଡାଯୋଡି ଗ୍ରାମର ଚତୁର୍ଭୁଜ ନାୟକ । ଘଟଣାରୁ ପ୍ରକାଶ ଯେ, ଶନିବାର ରାତିରେ ଶିମିଳିପାଳ ଅଭୟାରଣ୍ୟରୁ ୫ଟି ଜଙ୍ଗଲୀ ହାତୀ ବାରିପଦା ବନଖଣ୍ଡର ରଜାବସା ଜଙ୍ଗଲରେ ପଶି ଆସି ରାତିସାରା ଜଙ୍ଗଲରେ ଉତ୍ପାତ କରିଥିଲେ । ରବିବାର ସକାଳେ ଚତୁର୍ଭୁଜ ଶୌଚ ହେବାପାଇଁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହାତୀ ତାଙ୍କୁ ଦଳି ମାରିଦେଇଥିଲା । ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି । ରାସଗୋବିନ୍ଦପୁର ରେଞ୍ଜର ଏକ ଟିମ ଏବଂ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାତୀମାନଙ୍କୁ ଘଉଡାଇ ଦେଇଥିଲେ ।

Comments are closed.