କୃନାଲ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ,ଆଜିର ଟି-୨୦ ମ୍ୟାଚ୍‌ ସ୍ଥଗିତ

ଭୁବନେଶ୍ୱର: ଜୁଲାଇ ୨୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନାରେ ଆକ୍ରାନ୍ତ ହେଇଛନ୍ତି I
ଯେଉଁଥି ପାଇଁ ଜୁଲାଇ ୨୭ ରେ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଖେଳା ଯିବାକୁ ଥିବା ଟି ୨୦ ମ୍ୟାଚ ସ୍ଥଗିତ ରଖାଯାଇଛି I
ଅନ୍ୟପକ୍ଷରେ, ପାଣ୍ଡ୍ୟା ସଂକ୍ରମଣ ହେବା ପରେ ଟି-୨୦ ସିରିଜରେ ସାମିଲ ଥିବା ସମସ୍ତ ଭାରତୀୟ ଖେଳାଳୀ ଆଇସୋଲେସନ୍‌ରେ ରହିଛନ୍ତି । ଆର ଟି ପି ସି ଆର ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଲା ପରେ ମ୍ୟାଚ୍‌ ଅନୁଷ୍ଠିତ ହେବ ।
ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ରହିଛି ।
ପ୍ରଥମ ଟି-୨୦ ମ୍ୟାଚ ରେ ଇଣ୍ଡିଆ ଶ୍ରୀଲଙ୍କା କୁ ୩୮ ରନ ବ୍ୟବଧାନ ରେ ହରାଇଥିଲା I କୄନାଲ ସେହି ମ୍ୟାଚ ରେ ଦୁଇ ଓଭର୍‌ ବୋଲିଂ କରି ୧୬ ରନ୍‌ ଦେଇଥିଲେ ଓ ଗୋଟିଏ ୱିକେଟ୍‌ ନେଇଥିଲେ ।

 

Comments are closed.