କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅନ୍ତିମ ପ୍ୟାକେଜ ଘୋଷଣା: ସଙ୍କଟକୁ ସୁଯୋଗରେ ପରିଣତ କରିବ

Edited by Papu Mohanty

ଭୁବନେଶ୍ୱର (ସବୁ୍ୟ): May 17: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ଦେଶର ସବୁ ବର୍ଗର ଲୋକଙ୍କ ଜୀବନ ଉପରେ ସୁପ୍ରଭାବ ପକାଇବ ଏବଂ ସେମାନଙ୍କୁ ଆତ୍ମନିର୍ଭର କରିବା ଦିଗରେ ଅଗ୍ରସର କରାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୋଦି ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ସଂକଟକୁ ସୁଯୋଗରେ ପରିଣତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଅନ୍ତିମ ପ୍ୟାକେଜ ଘୋଷଣାରେ କୋଭିଡ-୧୯ ତଥା ସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ ନିମନ୍ତେ ୧୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି । ପୂର୍ବରୁ ଏହା ଅନ୍ତଭୃକ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ୫୦ ଲକ୍ଷ ଲେଖାଏଁ ଟଙ୍କା ବୀମା ଘୋଷଣା କରାଯାଇଛି । ଲୋକଙ୍କ ସ୍ୱାସ୍ଥ୍ୟ, ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ପୁଞ୍ଜିନିବେଶ କରାଯିବା ନେଇ ନିଷ୍ପତି ନିଆଯାଇଛି । ସେହିପରି ସଂକ୍ରାମକ ରୋଗ ପାଇଁ ପ୍ରତି ଜିଲ୍ଲାରେ ହସ୍ପିଟାଲରେ ଏକ ବ୍ଲକ ହେବା ନେଇ ନିଷ୍ପତି ନିଆଯାଇଛି । ଏହି ପଦକ୍ଷେପ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରିବା ସହ ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେବ ଏବଂ ଭବିଷ୍ୟତ ମହାମାରୀକୁ ମୁକାବିଲା ପାଇଁ ସହାୟତା ପ୍ରଦାନ କରିବା ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ମନରେଗାରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କାର ଅନୁଦାନ ଘୋଷଣା ପ୍ରବାସୀ ଶ୍ରମିକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ । ଏହି ଯୋଜନାରେ ସେମାନେ ସ୍ଥାନୀୟ ଅଂଚଳରେ କାମ କରିପାରିବେ ଏବଂ ସ୍ଥାନୀୟ ଅର୍ଥନୀତିରେ ମଧ୍ୟ ଅଭିବୃଦ୍ଧି ଘଟିବ । ଅପରପକ୍ଷରେ ଆଜିର ଘୋଷଣା ଏମଏସଏମଇ କ୍ଷେତ୍ରକୁ ମଜବୁତ୍‌ କରିବ ଏବଂ ଇଜ୍‌ ଅଫ୍‌ ଡୁଇଂ ବିଜନେସକୁ ସୁଗମ କରିବ । ଅପରପକ୍ଷରେ ପ୍ରଥମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପିଲାଙ୍କ ଶିକ୍ଷା ପାଇଁ ପିଏମ ଇବିଦ୍ୟା କାର୍ଯ୍ୟକ୍ରମର ଘୋଷଣା ପ୍ରଶଂସନୀୟ । ଏହା ଦ୍ୱାରା ସେମାନେ ଗୋଟିଏ ଟିଭି ଚ୍ୟାନେଲ ଜରିଆରେ ପାଠ ପଢିପାରିବେ । କରୋନା ଆହ୍ୱାନର ମୁକାବିଲା କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments are closed.