ଦିଲ୍ଲୀ: ଜୁଲାଇ ୨୧: କେରଳର ବିଧାନସଭା ନିର୍ବାଚନରେ ପାର୍ଥୀ ହୋଇଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ଅନନ୍ୟା କୁମାରୀ ଆଲେକ୍ସ ଆତ୍ମହତ୍ୟା କରିଛନ୍ତି । କାଲାମାସାରି ପୋଲିସ ମଙ୍ଗଳବାର ସନ୍ଧ୍ୟାର କୋଚିରେ ଥିବା ଅନନ୍ୟାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରିଛି । ଅନନ୍ୟା ପ୍ରଥମ ଟ୍ରାନ୍ସଜେଣ୍ଡର ରେଡିଓ ଜକି ଥିଲେ ।
ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ୨୮ ବର୍ଷୀୟା ଅନନ୍ୟା ଭେଜିନୋପ୍ଲାଷ୍ଟି ଅସ୍ତ୍ରୋପଚାର (ଲିଙ୍ଗ ସମ୍ବନ୍ଧୀୟ) କରିଥିଲେ । ଏଥିଯୋଗୁଁ ବହୁ ସମୟ ତାଙ୍କର ଶରୀର ଅସୁସ୍ଥ ରହୁଥିଲା । ସେ ଠିକ୍ରେ ଛିଡ଼ା ହୋଇପାରୁନଥିଲେ । ଶାରୀରିକ ଅସୁସ୍ଥତା କାରଣରୁ ସେ କୌଣସି କାର୍ଯ୍ୟ କରିପାରୁନଥିଲେ । ଅନନ୍ୟାଙ୍କ ଶବକୁ ଏର୍ଣ୍ଣାକୁଲମ ଜେନେରେଲ ହସ୍ପିଟାଲକୁ ପୋଲିସ୍ ସ୍ଥାନାନ୍ତରଣ କରିଛି ।
Comments are closed.