ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା: ଖୋର୍ଦ୍ଧା ରେ ୧୭୪୪

ଭୁବନେଶ୍ୱର: ଜୁଲାଇ ୧୭: ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I ଗୁରୁବାର ଗୋଟିଏ ଦିନରେ ୭୧୮ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଟ୍ୱଇଟ ରେ ଦର୍ଶାଯାଇଛି I
ସେଥିମଧ୍ୟରୁ, ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୩୧ ଜଣ ଚିହ୍ନଟ ହେଇଛନ୍ତି ଏବଂ ଏଥିସହ, ଗଂଜାମ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୦୯୮ ରେ ପହଂଚିଛି I ଖୋର୍ଦ୍ଧା ରୁ ମଧ୍ୟ ୧୫୦ ଟି ପଜିଟିଭ କେଶ ବାହାରିଛି ଏବଂ ଖୋର୍ଦ୍ଧା ରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୭୪୪ କୁ ବୃଦ୍ଧି ପାଇଛି I
ସେହିପରି ଆଜି ୪୫୩ ଜଣ ସୁସ୍ଥ ହେଇଛନ୍ତି I ଗଂଜାମ ରୁ ସର୍ବାଧିକ ୨୨୦ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୮ ଜଣ ସୁସ୍ଥ ହେଇଛନ୍ତି I
ଗଂଜାମ ରେ ଚିହ୍ନଟ ହେଇଥିବା ୫୦୯୮ ଟି କେଶ ମଧ୍ୟରୁ, ୩୨୭୫ ଜଣ ସୁସ୍ଥ ହେଇସାରିଛନ୍ତି ଏବଂ ମୋଟ ୫୦ ଜଣଙ୍କର ମୃତ୍ୟୁ ହେଇଛି I ଏବେ ୧,୭୭୦ ଜଣ ଚିକିତ୍ସାଧୀନ ଅଛନ୍ତି I
ସେହିପରି ଖୋର୍ଦ୍ଧା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪୪ ଥିବା ବେଳେ, ସେଥିରୁ ୧୦୪୦ ସୁସ୍ଥ ହେଇଛନ୍ତି ଏବଂ ୧୩ ଜଣଙ୍କର ମୃତ୍ୟୁ ହେଇଛି I ଏବେ ୬୮୫ ଜଣ ଚିକିତ୍ସାଧୀନ ଅଛନ୍ତି I
ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦ ରେ ପହଂଚିଛି I ତେବେ, ସେଥିରୁ ୧୧,୩୩୦ ଜଣ ସୁସ୍ଥ ହେଇସାରିଲେଣି ଏବଂ ୮୩ ଜଣ ଙ୍କର ମୃତ୍ୟୁ ହେଇଛି I ଏବେ, ୪୬୭୧ ଜଣ ଚିକିତ୍ସାଧୀନ ଅଛନ୍ତି I

Comments are closed.