ଭୁବନେଶ୍ୱର, ୭ା୫: ଆଜି ଗଞ୍ଜାମ ଜିଲ୍ଲାରେ ଆଉ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଥିବା ବେଳେ, ନୂଆକରି ମୟୂରଭଞ୍ଜ ଜିଲ୍ଲାରେ କାୟା ମେଲାଇଛି କରୋନା । ସରକାରଙ୍କ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରେ ୩ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ମୟୂରଭଞ୍ଜରେ ଚିହ୍ନିତ ହୋଇଥିବା ସମସ୍ତ ବ୍ୟକ୍ତି ପୁରୁଷ ହୋଇଥିବାବେଳେ, ଗଞ୍ଜାମରେ ୧୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଏବଂ ୧୬ଜଣ ପୁରୁଷ ଅଛନ୍ତି ।
ଏ ସମସ୍ତେ ପ୍ରବାସୀ ଓଡ଼ିଆ ଏବଂ ନିକଟରେ ସୁରଟରୁ ଫେରିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଆଗରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଥିଲେ ଏବଂ ଆଜି ଚିହ୍ନଟ ହୋଇଥିବା ୧୭ଜଣଙ୍କ ସହ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ଏହା ସହ ଏବେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି ।
Comments are closed.